www.samajalive.in
Friday, December 12, 2025
14.1 C
Bhubaneswar

ଭୁବନେଶ୍ବରରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ଆଜି ୪୧ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୬

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗତ କିଛି ଦିନ ହେଲା କରୋନା ସଂକ୍ରମଣ ହ୍ରାସ ପାଉଥିଲା। ହଠାତ୍‌ ଭୁବନେଶ୍ବରରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ରାଜଧାନୀବାସୀ ଏବଂ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେ ଶୀତ ଋତୁ ଚାଲିଥିବାବେଳେ ଅଧିକ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି। ତେଣୁ ରାଜଧାନୀବାସୀ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ବ ମାନିବା ଓ ହାତ ଧୋଇବା ଉପରେ ଗୁରୁତ୍ବ ଦେବାକୁ ବିଏମ୍‌ସି ଅଧିକାରୀ ନିବେଦନ କରିଛନ୍ତି।
ଆଜି ରାଜଧାନୀ ଭୁବନେଶ୍ବରରେ ୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ କେସ୍‌ ୭ ରହିଥିବାବେଳେ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୩୪ ରହିଛି। କ୍ବାରେଣ୍ଟାଇନ୍‌ କେସ୍‌ ମଧ୍ୟରୁ ଭିଏସ୍‌ଏସ୍‌ନଗରରୁ ୩ଜଣ ରହିଥିବାବେଳେ ବିଜେବି ନଗର, କଳିଙ୍ଗନଗର, ପୁରୁଣା ଭୁବନେଶ୍ବର ଓ ପାତ୍ରପଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଲୋକାଲ୍‌ କଣ୍ଟାକ୍ଟ୍ କେସ୍‌ ମଧ୍ୟରୁ ଝାରପଡ଼ା ୩, ନୀଳାଦ୍ରିବିହାର ୩, ବରମୁଣ୍ଡା ୩, ନୟାପଲ୍ଲୀ ୩, ଘାଟିକଆ ୨, ଆଇଆର୍‌ସି ଭିଲେଜ ୨, ଟଙ୍କପାଣିରୋଡ୍‌ ୨ ସମେତ ବରମୁଣ୍ଡା, ଭୀମଟାଙ୍ଗି, ଚନ୍ଦ୍ରଶେଖରପୁର, ସିଆର୍‌ପିଏଫ୍‌ ଛକ, କଳ୍ପନା, କଳିଙ୍ଗବିହାର, ଖଣ୍ଡଗିରି, ଲକ୍ଷ୍ମୀସାଗର, ନନ୍ଦନବିହାର, ଫରେଷ୍ଟ ପାର୍କ, ପଟିଆ, ପୁରୁଣା ଭୁବନେଶ୍ବର, ରାଧାକୃଷ୍ଣ ନଗର, ରସୁଲଗଡ଼, ରବି ଟକିଜ୍, ସାଲିଆ ସାହି, ୟୁନିଟ୍-୬ ଏବଂ ଶୈଳଶ୍ରୀ ବିହାର ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ଭୁବନେଶ୍ବରରେ ମୋଟ ୩୧୧୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୦୫୪୯ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪୬ଜଣ ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା ୨୨୯ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories