www.samajalive.in
Saturday, December 13, 2025
15.1 C
Bhubaneswar

ଲକଡାଉନ ପରେ ବଦଳିବ ବିମାନ ଯାତ୍ରା ନିୟମ : ପ୍ରବେଶ ପଥରେ ନିର୍ମାଣ ହେବ ସାନିଟାଇଜର ଟନେଲ

ନୂଆଦିଲ୍ଲୀ : ସମ୍ପ୍ରତି କରୋନା ପାଇଁ ଲାଗୁ କରାଯାଇଥିବା ବିମାନ ଯାତ୍ରା ନିୟମ ଲକଡାଉନ ପରେ ବଦଳିବ। କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବଳ (ସିଆଇଏସଏଫ) ବିମାନବନ୍ଦରରେ ଯାତ୍ରୀଙ୍କ ପାଇଁ ଏକ ନୂଆ ନିୟମ ପ୍ରସ୍ତୁତ କରିଛି। ଏହାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଆଗରେ ଉପସ୍ଥାପନ କରାଯାଇଛି। ନୂଆ ନିୟମ ଅନୁଯାୟୀ ଯାତ୍ରୀଙ୍କୁ ଯାତ୍ରାର ୨ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ ପଡିବ। ଅର୍ଥାତ ଯାତ୍ରୀ ଦୁଇ ଘଣ୍ଟା ପୂର୍ବରୁ ଯାତ୍ରା ନେଇ ରେପୋର୍ଟିଂ କରିବେ। ସମସ୍ତ ଯାତ୍ରୀଙ୍କୁ ମାସ୍କ ଏବଂ ଗ୍ଲୋବସ ପିନ୍ଧି କରି ବିମାନ ବନ୍ଦର ଯିବାକୁ ହେବ। ଏହାସହ ଯାତ୍ରୀଙ୍କୁ ନିଜ ସହ ୧୦୦ ଏମଏଲର ଏକ ସାନିଟାଇଜର ନେବାକୁ ହେବ। ବିମାନବନ୍ଦରର ପ୍ରବେଶ ପଥରେ ନିର୍ମାଣ ହେବ ଏକ ସାନିଟାଇଜର ଟନେଲ। ଏ ନେଇ ଏବେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଡ଼ିଆରଡ଼ିଓ ସହଯୋଗରେ ଏହି ଟନେଲର ନିର୍ମାଣ କରାଯିବ। କେବଳ ଯାତ୍ରୀ କାହିଁକି ବିମାନବନ୍ଦରର ସବୁଯାତ୍ରୀ ଏହି ଟନେଲ ଦେଇ ବନ୍ଦରରେ ପ୍ରବେଶ କରିବେ। ସବୁବ୍ୟତୀତ ବିମାନ ଯାତ୍ରା ସମୟରେ ସାମାଜିକ ଦୂରତ୍ୱକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ଏଥିପାଇଁ ବିମାନରେ ଦୁଇ ଯାତ୍ରୀଙ୍କ ମଧ୍ୟରେ ଏକ ସିଟ ରଖାଯିବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories