ନ୍ୟୁୟର୍କକୁ ଟପିବ ମୁମ୍ବଇ
ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମିତ କ୍ଷେତ୍ରରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବଇ ଆମେରିକାର ନ୍ୟୁୟର୍କ ସହରକୁ ପଛରେ ପକାଇଲାଣି। ଏହି ସହର ଦେଶରେ ହଟସ୍ପଟ ପାଲଟିଛି। ଦେଶର ୧୩ ପ୍ରତିଶତ କରୋନା ସଂକ୍ରମିତ କେବଳ ମୁମ୍ବଇରେ ରହୁଛନ୍ତି। କରୋନା ସଂକ୍ରମଣରେ ରାଜ୍ୟରେ ୫୪ ଲୋକଙ୍କ ମୃତ୍ୟୁ ଘଟିଛି। ଦେଶରେ ଏହା ୨୪ ପ୍ରତିଶତ। କେବଳ ନ୍ୟୁୟର୍କରେ ଏପର୍ଯ୍ୟନ୍ତ ୧.୬ ଲକ୍ଷ ଲୋକ ସଂକ୍ରମିତ ଅଛନ୍ତି ଓ ୭୦୭୬ ଜଣଙ୍କ ମୃତ୍ୟୁ ଘଟିଲାଣି। ୧୧ ମାର୍ଚ୍ଚରେ ନ୍ୟୁୟର୍କ ଓ ମୁମ୍ବଇରେ କରୋନା ସଂକ୍ରମଣରେ ପ୍ରଥମ ମୃତ୍ୟୁ ଘଟିଥିଲା। କରୋନାରେ ନ୍ୟୁୟର୍କରେ ମୃତ୍ୟୁ ହାର ୪.୪ ଥିବାବେଳେ ମୁମ୍ବଇରେ ଏହା ୬.୧୫ ପ୍ରତିଶତ ରହିଛି।
Comments are closed.