www.samajalive.in
Sunday, December 7, 2025
14.1 C
Bhubaneswar

ଲକ୍‌ଡାଉନ ପ୍ରଭାବ: ୩ ଦିନରେ ଭାରତରେ କମିଛି ସଂକ୍ରମଣ ହାର

ନୂଆଦିଲ୍ଲୀ: ଭାରତରେ ଲକ୍‌ଡାଉନ ଯୋଗୁ କରୋନା ସଂକ୍ରମଣ ହାର ହ୍ରାସ ପାଇଛି। ବିଗତ ୪ ଦିନର ତଥ୍ୟକୁ ଧ୍ୟାନ ଦେଲେ ଏହା ଜଣାପଡ଼ୁଛି। ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା ବଢିଥିଲେ ହେଁ ଦୈନିକ ସଂକ୍ରମଣ ହାର କମିଛି। ୨୫ ତାରିଖ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୬୫୭ ଥିଲା। ୨୬ ତାରିଖରେ ୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପରେ ୨୭ ତାରିଖରେ ଆକ୍ରାନ୍ତ ସଂଖ୍ୟା ୮୮୬କୁ ବଢ଼ିବା ସହିତ ୧୫୧ ନୂଆ ରୋଗୀ ଚିହ୍ନଟ ହୋଇଥିଲେ। ପରେ ୨୮ ତାରିଖରେ ୧୪୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୯ ତାରିଖରେ ଏହି ସଂଖ୍ୟା ୧୧୦ ରହିଛି। ଦେଶରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ୧୦୧୦ ଜଣ ଚିକିତ୍ସାଧୀନ ଅଛନ୍ତି।

ତେବେ ମହାରାଷ୍ଟ୍ର ଏବଂ କେରଳରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା ୨୦୩ ଛୁଇଁଥିବାବେଳେ କେରଳରେ ୨୦୨ ରହିଛି। ଏହାପଛକୁ ରହିଛି କର୍ଣ୍ଣାଟକ(୮୩), ଦିଲ୍ଲୀ(୭୨), ଉତ୍ତରପ୍ରଦେଶ(୭୨), ତେଲେଙ୍ଗାନା(୭୦), ଗୁଜରାଟ(୬୩), ରାଜସ୍ଥାନ(୫୯), ତାମିଲନାଡୁ(୫୦), ମଧ୍ୟପ୍ରଦେଶ(୩୯), ଜାମ୍ମୁ-କାଶ୍ମୀର(୩୮), ପଞ୍ଜାବ(୩୮), ହରିୟାଣା(୨୫), ଆନ୍ଧ୍ରପ୍ରଦେଶ(୨୧), ପଶ୍ଚିମବଙ୍ଗ(୨୧), ବିହାର(୧୫), ଲଦାଖ(୧୩), ଆଣ୍ଡାମାନ ଓ ନିକୋବର(୯), ଚଣ୍ଡୀଗଡ଼(୮), ଛତିଶଗଡ଼(୭), ଉତ୍ତରାଖଣ୍ଡ(୭), ଗୋଆ(୫), ହିମାଚଳପ୍ରଦେଶ(୩୦), ଓଡ଼ିଶା(୩), ମଣିପୁର(୧), ମିଜୋରମ(୧), ପୁଡୁଚେରୀ(୧)। ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହା ପଛକୁ ଗୁଜରାଟରେ ୫, କେରଳରେ ୩ ଏବଂ ଦିଲ୍ଲୀ ଓ ମଧ୍ୟପ୍ରଦେଶରେ ୨ ଜଣ ଲେଖାଏ ପ୍ରାଣ ହରାଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories