www.samajalive.in
Saturday, December 6, 2025
23.1 C
Bhubaneswar

କରୋନା ସଂକ୍ରମଣ: ଶୀର୍ଷରେ ଯାଜପୁର, ଖୋର୍ଧା ଦ୍ବିତୀୟ, ବାଲେଶ୍ବର ୩ୟସ୍ଥାନରେ

ଭୁବନେଶ୍ବର: କରୋନା ସଂକ୍ରମଣ କ୍ଷେତ୍ରରେ ଯାଜପୁର ରାଜ୍ୟରେ ଶୀର୍ଷସ୍ଥାନ ଅଧିକାର କରିଛି । ଖୋର୍ଧା ଜିଲା ଦ୍ବିତୀୟ ଓ ବାଲେଶ୍ବର ଜିଲା ତୃତୀୟ ସ୍ଥାନରେ ରହିଛି । ଖୋର୍ଧାରେ ତବଲିଗି ସମ୍ପୃକ୍ତି ଯୋଗୁଁ ସଂଖ୍ୟା ବଢ଼ିଥିବାବେଳେ ବଙ୍ଗ ସଂଯୋଗ ଯାଜପୁର ଓ ବାଲେଶ୍ବର ପାଇଁ ପୀଡ଼ାଦାୟକ ହୋଇଛି ।


ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି । ସର୍ବାଧିକ ୫୫ ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟରେ ୪୭ ଆକ୍ରାନ୍ତଙ୍କ ସହ ରହିଛି ଖୋର୍ଦ୍ଧା ଜିଲ୍ଲା । ୨୫ ସଂକ୍ରମିତଙ୍କ ସହ ତୃତୀୟରେ ବାଲେଶ୍ୱର ଥିବାବେଳେ ଭଦ୍ରକ ଜିଲ୍ଲାରେ ୨୧ ସଂକ୍ରମିତ ଠାବ ହୋଇଛନ୍ତି । । ସେହିଭଳି ୧୨ ଆକ୍ରାନ୍ତଙ୍କ ସହ ପଞ୍ଚମ ସ୍ଥାନରେ ରହିଛି ସୁନ୍ଦରଗଡ଼ ।

- Advertisement -


ସଂକ୍ରମିତଙ୍କ ମଧ୍ୟରୁ ୧୩୫ ଜଣ ହେଉଛନ୍ତି ପୁରୁଷ ଓ ୫୦ ଜଣ ହେଉଛନ୍ତି ମହିଳା । ଅନୁପାତ ଦେଖିଲେ ୭୩% ପୁରୁଷ କରୋନାରେ ପୀଡ଼ିତ ଥିବାବେଳେ ମହିଳାଙ୍କ ସଂଖ୍ୟା ୨୭%। ସେହିଭଳି ଆକ୍ରାନ୍ତଙ୍କ ମଧ୍ୟରେ ଅଧ ହେଉଛନ୍ତି ଯୁବଗୋଷ୍ଠୀ। ରାଜ୍ୟର ମୋଟ ସଂକ୍ରମିତଙ୍କ ଅଧା ହେଉଛନ୍ତି ଏହି ବର୍ଗର । ୪୯.୨ ପ୍ରତିଶତ ସଂକ୍ରମିତ ୧୫ରୁ ୪୦ ବର୍ଷୀୟ । ୩୧.୯ ପ୍ରତିଶତ ସଂକ୍ରମିତଙ୍କ ବୟସ ୪୧ରୁ ୬୦ ବର୍ଷ । ୧୧.୯ ପ୍ରତିଶତ ସଂକ୍ରମିତଙ୍କ ବୟସ ୬୦ ବର୍ଷରୁ ଅଧିକ । ସେହିଭଳି ୭ ପ୍ରତିଶତ ସଂକ୍ରମିତଙ୍କ ବୟସ ଜନ୍ମରୁ ୧୪ ବର୍ଷ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories