www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ବରେ ଭାରତର କରୋନା ସ୍ଥିତି; ଆରୋଗ୍ୟ-୧,ସଂକ୍ରମଣ-୨, ମୃତ୍ୟୁରେ-୩

ନୂଆଦିଲ୍ଲୀ : ବିଶ୍ବରେ କରୋନା ସଂକ୍ରମଣରେ ଆମେରିକା ପ୍ରଥମ ସ୍ଥାନରେ ଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛି ଭାରତ। ସେହିଭଳି କରୋନା ମୃତ୍ୟୁରେ ଆମେରିକା ଓ ବ୍ରାଜିଲ ପରେ ତୃତୀୟ ସ୍ଥାନରେ ରହିଛି ଭାରତ। କିନ୍ତୁ ସୁସ୍ଥତାରେ ଭାରତ ବିଶ୍ବର ସମୃଦ୍ଧିଶାଳୀ ରାଷ୍ଟ୍ର ଆମେରିକା ଓ ବ୍ରାଜିଲକୁ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଛି। ଏଥିସହିତ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୪୨ ଲକ୍ଷ ୨୦ ହଜାର ୫୧୧କୁ ଅତିକ୍ରମ କରିଛି। ସୂଚନାନୁଯାୟୀ, କରୋନା ଆରୋଗ୍ୟ ହାର ଦୃଷ୍ଟିରୁ ଭାରତ ଆମେରିକାକୁ ଅତିକ୍ରମ କରି ବିଶ୍ୱରେ ଏକନମ୍ବର ସ୍ଥାନରେ ପହଞ୍ଚିଛି। ମନ୍ତ୍ରଣାଳୟ କହିଛି, ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇଥିବାବେଳେ ମୃତ୍ୟୁହାର ହ୍ରାସ ପାଉଛି। ଜାତୀୟ ମୃତ୍ୟୁ ୧.୬୧ % ରହିଛି। ବିଶ୍ୱର ମୃତ୍ୟୁହାର ତୁଳନାରେ ଯଥେଷ୍ଟ କମ୍‍। ସେହିପରି ଗତ ୨୪ ଘଣ୍ଟାରେ ୮ଲକ୍ଷ ୮୧ ହଜାର ନମୁନା ପରୀକ୍ଷା ସହ ଏପର୍ଯ୍ୟନ୍ତ ୬ କୋଟି ୨୪ ଲକ୍ଷ ପରୀକ୍ଷା କରାଯାଇଛି। ବିଶ୍ବରେ ଆମେରିକାରେ ମୋଟ ସଂକ୍ରମିତ ୬୯,୨୮,୪୧୨ ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୪୧ ଲକ୍ଷ ୯୩ ହଜାର ରହିଛି। ମାତ୍ର ସର୍ବାଧିକ ୨ ଲକ୍ଷ ୩ ହଜାର ମୃତ୍ୟୁ ଆମେରିକାରେ ଘଟିଛି। ସେହିଭଳି ବ୍ରାଜିଲ ସଂକ୍ରମଣରେ ତୃତୀୟ ସ୍ଥାନରେ ଥିବାବେଳେ ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୪ ଳକ୍ଷ ୯୭ ହଜାର ପହଞ୍ଚିଛି। ବ୍ରାଜିଲରେ ଇତିମଧ୍ୟରେ ୧ ଲକ୍ଷ ୩୬ ହଜାର ଲୋକଙ୍କୁ ମୃତ୍ୟୁ ଘଟିଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୩୭ ଲକ୍ଷ ୮୯ ହଜାରରୁ ଉପରେ ରହିଛି।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୯୫ ହଜାର ୮୮୦ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ କୋଭିଡ୍‌-୧୯ ଆରୋଗ୍ୟ ହାର ଜାତୀୟ ସ୍ତରରେ ୭୯. ୨୮ ପ୍ରତିଶତକୁ ବୃଦ୍ଧି ପାଇଛି। ଦିନିକିଆ ସୁସ୍ଥତାରେ ଆଜି ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ କେବଳ ୯୦ ପ୍ରତିଶତ ଆରୋଗ୍ୟ ଲାଭ କରିଛନ୍ତି। କେବଳ ୫ଟି ରାଜ୍ୟରୁ ୬୦ ପ୍ରତିଶତ ଆରୋଗ୍ୟ ଲାଭ କରିଛନ୍ତି। ଏଥିମଧ୍ୟରୁ ମହାରାଷ୍ଟ୍ରରୁ ୨୨,୦୦୦ (୨୩%) ଥିବାବେଳେ ଆନ୍ଧ୍ରପ୍ରଦେଶରୁ ୧୧,୦୦୦ (୧୨.୩%), କର୍ଣ୍ଣାଟକରୁ ୧୧.୪ ପ୍ରତିଶତ, ଉତ୍ତରପ୍ରଦେଶରୁ ୭.୧ ପ୍ରତିଶତ ଓ ତାମିଲନାଡୁରୁ ୫.୮ ପ୍ରତିଶତ ସୁସ୍ଥ ହୋଇଥିବାବେଳେ ଅବଶିଷ୍ଟ ୪୦ ପ୍ରତିଶତ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି। ଜାତୀୟ ସ୍ତରରେ ଓଡ଼ିଶା ସୁସ୍ଥତା ତାଲିକାରେ ୫ମ ସ୍ଥାନ (୪.୩%)ରେ ରହିଛି। ସୁସ୍ଥତା ହାରକୁ ଅଧିକ ବଢାଇବା ଲାଗି କେନ୍ଦ୍ର ସରକାର କରୋନା ରୋଗୀଙ୍କ ଚିକିତ୍ସା ଲାଗି ରେମ୍‌ଡେସିଭୀର, କୋଭାଲାସେଣ୍ଟ ପ୍ଲାଜ୍‌ମା ଓ ଟୋସିଲିଜୁମାବ ଭଳି ପ୍ରୟୋଗାତ୍ମକ ଥେରାପିକୁ ଅନୁମୋଦନ ଦେଇସାରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories