www.samajalive.in
Monday, December 8, 2025
16.1 C
Bhubaneswar

ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ ; ପୁରୁଣାକଟକ ମେଡିକାଲରୁ ୬, ବଜାରରୁ ୧୦ କୋରୋନା ସଂକ୍ରମିତ ଚିହ୍ନଟ

ହରଭଙ୍ଗା : କିଛି ଦିନର ନୀରବତା ପରେ ହରଭଙ୍ଗା ବ୍ଲକ ଅଂଚଳରେ ପୁର୍ନବାର କୋରୋନାର ଲେଉଟାଣି ହୋଇଛି। ବ୍ଲକର ଦୁଇ ଜନଗହଳୀପୂର୍ଣ୍ଣ ସ୍ଥାନ ଚାରିଛକସ୍ଥିତ ବ୍ଲକ କାର୍ଯ୍ୟାଳୟରୁ ୯ଜଣ ଏବଂ ପୁରୁଣାକଟକ ମେଡିକାଲରୁ ୬ଜଣ ଏବଂ ବଜାରରୁ ୧୦ଜଣ   ସଂକ୍ରମିତ  ଚିହ୍ନଟ ହୋଇଛନ୍ତି। ଯାହା ଏବେ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ଏମାନଙ୍କ ମଧ୍ୟରେ ପୁରୁଣାକଟକ ମେଡିକାଲର ୨ଜଣ ଷ୍ଟାଫନର୍ସ ସାଙ୍ଗକୁ ୪ଜଣ ସୁଇପର ଏବଂ ବଜାରରୁ ୩ଦିନ ମଧ୍ୟରେ ୧୦ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ଘଟଣା ସ୍ୱାସ୍ଥ୍ୟବିଭାଗ ପାଇଁ ଚିନ୍ତା ବଢାଇଛି।

ଅନ୍ୟପଟେ ବ୍ଲକର ଦୁଇ ପ୍ରମୁଖ ବଜାର ପୁରୁଣାକଟକ ଏବଂ ଚାରିଛକରେ ସଂକ୍ରମିତ ତାଲିକା ବୃଦ୍ଧି ପାଇବା ନେଇ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଏଥିରେ  ରୋକ ଲଗାଇବା ପାଇଁ ଶିନବାର ଅପରାହ୍ନରେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ପୁରୁଣାକଟକ ପଂଚାୟତରେ ପଂହଚି ସ୍ଥାନୀୟ ସଂରପଚ ଭବାନୀବାଳା କହଁର  ଏବଂ ପୁରୁଣାକଟକ ବଜାର କମିଟିର କର୍ମକର୍ତାଙ୍କ ସହ ବିଚାରବିମର୍ଷ କରିଛନ୍ତି। ଆଲୋଚନାରେ ସଂକ୍ରମଣ ହାରକୁ ରୋକ ଲଗାଇବା ପାଇଁ ବଜାର କମିଟିର ସହମତି କ୍ରମେ ପୁରୁଣାକଟକ ମାର୍କେଟକୁ ସକାଳ ୭ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ଏଥିସହିତ ସଂକ୍ରମିତ ଚିହ୍ନଟ ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯିବା ଏବଂ ପ୍ରତ୍ୟେକ ଦୋକାନୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ଉଭୟ କ୍ରେତା ଏବଂ ବିକ୍ରେତା ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନ ବାଧ୍ୟତାମୂଳକ କରାଯାଇଛି। ମାସ୍କ ପିନ୍ଧିବା ନିୟମ ଉଲ୍ଲଂଘନ କଲେ ୩ଶହ ଟଙ୍କା ଜରିମାନା ଆଦାୟ କରିବାକୁ ନିଷ୍ପତି ନିଆଯାଇଛି। ଏହାସହିତ ଆଂଟିଜେନ କିମ୍ବା ଆର.ଟିପି.ସିଆର ଟେଷ୍ଟ ପାଇଁ ସମସ୍ତେ ସହଯୋଗ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଆଜିର ଏହି ଆଲୋଚନା ସମୟରେ ବି.ଡି.ଓଙ୍କ ସହିତ ସ୍ଥାନୀୟ ସଂରପଚ, ବ୍ଲକ ସମାଜ ସଂପ୍ରସାରଣ ଅଧିକାରୀ ପ୍ରଦୀପ ନାଏକ, ବଜାର କମିଟିର କର୍ମକର୍ତା ଅଜିତ ଦେହୁରୀ, କୈଳାଶ ଅଗ୍ରଓାଲା, ରମେଶ ପ୍ରଧାନ, ମନୋଜ ସାହୁ, ରାଜୁ ଅଗ୍ରଓାଲା, ଟବୁ ଅଗ୍ରୱାଲ ପ୍ରମୁଖ ସାମିଲ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories