ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୬୯ ହଜାର ୬୫୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୯୭୭ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଲକ୍ଷ ୩୬ ହଜାର ୯୨୬କୁ ବୃଦ୍ଧି ପାଇଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩ ହଜାର ୮୬୬ରେ ପହଞ୍ଚିଛି। ଅନ୍ୟପଟେ ୨୦ ଲକ୍ଷ ୯୬ହଜାର ୬୬୪ ଜଣ କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି ଏବଂ ଆକ୍ଟିଭ୍ କେସ୍ ୬ ଲକ୍ଷ ୮୬ ହଜାର ୩୯୫ ରହିଛି।
ମହାରାଷ୍ଟ୍ରରେ ସର୍ବାଧିକ ୨୧ ହଜାର ୩୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ତାମିଲନାଡୁୁରେ ୨୧୨୩, ଦିଲ୍ଲୀରେ ୪୨୩୫, କର୍ଣ୍ଣାଟକରେ ୪୩୨୭ ଜଣଙ୍କର କରୋନରେ ଜୀବନ ଯାଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।



