ପୁଇଁନ୍ତଲା : ବଲାଙ୍ଗିର ସହରକୁ ଲାଗି ରହିଛି ପୁଇଁନ୍ତଲା ବ୍ଲକ। ସୋମବାର ଜିଲାପ୍ରଶାସନ ଦେଇଥିବା କରୋନା ରିପୋର୍ଟରେ ପୁଇଁନ୍ତଲାର ୮ ଜଣ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ରୋଗୀ ଜଣେ ରୋଗୀଙ୍କ ସଂଶ୍ପର୍ଷରେ ଆସି ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏକାଥରରେ ପୁଇଁନ୍ତଲା ଭଳି ଏକ ଛୋଟ ଅଞ୍ଚଳରୁ ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହେବା ପରେ ଏହା ଜିଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହି ସଂକ୍ରମିତଙ୍କ ମଧ୍ୟରେ ଜଣେ ଗୋଟିଏ ବର୍ଷର ଶିଶୁ ରହିଥିବା ବେଳେ ୭ ଓ ୮ ବର୍ଷର ଦୁଇ ଜଣ ନାବାଳିକା ମଧ୍ୟ ରହିଛନ୍ତି। ଏହି ରୋଗୀ ମାନଙ୍କ କଣ୍ଟାକ ଟ୍ରେସିଂ ଆରମ୍ଭ ହୋଇଥିବା ବେଳେ ଏହି ଅଞ୍ଚଳରେ ପ୍ରଶାସନ କରୋନା ପରିଚାଳନା କିପରି କରିବ ସେ ଉପରେ ସମସ୍ତଙ୍କ ନଜର ରହିଛି।
Popular Categories



