www.samajalive.in
Sunday, December 7, 2025
26.1 C
Bhubaneswar

ପରିବହନ ବିଭାଗର ନିୟମକୁ ଫୁ, ମହାମାରୀ କରୋନା ସମୟରେ ପଶୁ ଭଳି ବୁହା ହେଉଛନ୍ତି ଲୋକେ

ଖୋର୍ଦ୍ଧା : ଲାକଡାଉନ,ସଟଡାଉନ ନିୟମରେ ସରକାର କୋହଳ କରିଥିବା ବେଳେ ମହାମାରୀ କରୋନା ପାଇଁ ଅନ୍ୟ ନିୟମ ଗୁଡିକ ବଳବତ୍ତର ରହିଛି। ତେବେ କୋହଳ ନିୟମ ବାଦ ଅନ୍ୟ ସବୁ ନିୟମକୁ ଜଳାଞ୍ଜଳି ଦେଇ ପିକଅପ ଭ୍ୟାନରେ ବୋଝେଇ ହୋଇ ବୁହା ହେଉଛନ୍ତି ଲୋକେ। ସେମାନଙ୍କ ମଧ୍ୟରେ ନା ଥିଲା ସାମାଜିକ ଦୂରତା, ନା ମୁହଁରେ ଥିଲା ମାସ୍କ। ତେବେ ମାଲିକର ଲାଭଖୋର ନୀତି ଏମାନଙ୍କୁ କେତେବେଳେ ଯେ ମୃତ୍ୟୁ ମୁହଁକୁ ଠେଲିବ ତାହା କହିବା ମୁସ୍କିଲ। ସେହିପରି ପରିବହନ ବିଭାଗ ନିୟମ ଥିଲେ ମଧ୍ୟ କୌଣସି ମାଲବାହୀ ଯାନରେ ମଣିଷ ବୁହା ହୋଇପାରିବେ ନାହିଁ। ତେଣୁ ଏଠାରେ ପରିବହନ ବିଭାଗର ନିୟମକୁ ଫୁ କରି କିଭଳି ସ୍ଥିତିରେ ମାଲବାହୀ ଯାନରେ ମଣିଷ ବୁହା ହେଉଛି, ତାହା ଏବେ ପରିବହନ ବିଭାଗର ପରିବା ପଣିଆକୁ ପଦାରେ ପକାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ସହରରେ ଅନେକ ମାଲବାହୀ ଯାନ ତଥା ପିକଅପ ଭ୍ୟାନ, ଟାଟା ଏସି ଆଦି ଯାନରେ ସ୍ଵାର୍ଥ ପାଇଁ ପଶୁଭଳି ଗାଡ଼ିରେ ଲଦା ହୋଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ତେଣୁ ପରିବହନ ବିଭାଗ ସାଧାରଣ ମଣିଷଙ୍କ ଜୀବନ ସୁରକ୍ଷା ପାଇଁ ଏସବୁ ଘଟଣାକୁ ଦୃଷ୍ଟିରେ ରଖି ନିୟମକୁ କଡ଼ାକଡ଼ି କରିବା ସହିତ ସଂପୃକ୍ତ ଗାଡି ମାଲିକ ଓ ଚାଳକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories