ଆରଡି : ଭରତ ନିର୍ମାଣ ସଶ୍ରମିକ ସଂଗଠନ ପକ୍ଷରୁ ସାଧାରଣତନ୍ତ୍ର ଦିବସ ଅବସରରେ ଆରଡିପୀଠରେ ଗତ ମଙ୍ଗଳବାର ଶ୍ରମିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଶ୍ରମିକ ସଂଗଠନର ସଭାପତି ବିଶ୍ୱନାଥ ବେହେରାଙ୍କ ପୈାରହିତ କରିଥିବା ବେଳେ ଅତିଥି ରୂପେ ଶ୍ରମିକନେତା ନୃସିଂହ ଚରଣ, ନାରାୟଣ ନାୟକ, ଅମୂଲ୍ୟ କୁମାର ଭୋଇ ପ୍ରମୁଖ ଯୋଗ ଦେଇ ଶ୍ରମିକମାନଙ୍କର ଅଧିକାର ଓ ସରକାରଙ୍କର ବିଭିନ୍ନ ଶ୍ରମିକ ହିତକାରୀ ଯୋଜନା ସର୍ମ୍ପକରେ ସଚେତନ କରିଥିଲେ। ଭଦ୍ରକ ଜିଲାର ନିର୍ମାଣ ତଥା ଅସଂଗଠିତ ଶ୍ରମିକମାନଙ୍କର ବିଭିନ୍ନ ସମାଧାନ ପାଇଁ ସେମାନଙ୍କୁ ପରିଚୟପତ୍ର ପ୍ରଦାନ ସହିତ ସହାୟତା ତଥା ସାମାଜିକ ସୁରକ୍ଷା ଯୋଜନାରେ ଅର୍ନ୍ତଭୂକ୍ତ କରଣ ପାଇଁ ସରକାରଙ୍କ ନିକଟରେ ଦାବି କରାଯିବ ବୋଲି ଉପସ୍ଥିତ ଥିବା କର୍ମକର୍ତ୍ତମାନେ ସୂଚନା ଦେଇଥିଲେ। ଏହି ସଭାରେ ଶରାଧିକ ଶ୍ରମିକ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି କର୍ମଶାଳାରେ ରମେଶ ଚନ୍ଦ୍ର ଜେନା, ଦୂର୍ଯୋଧନ ବେହେରା, ମହେଶ୍ୱର ବେହେରା ପ୍ରମୁଖ ସହେଯାଗ କରିଥିଲେ।
Popular Categories



