www.samajalive.in
Thursday, December 11, 2025
27.1 C
Bhubaneswar

ରୋମିଓଗିରି ଦେଖାଇ ତିନି ଯୁବକ ଗିରଫ

ପାଟଣା : ତୁରୁମୁଙ୍ଗା ଥାନା ଅଞ୍ଚଳ ଶ୍ୟାମସୁନ୍ଦରପୁର ନିକଟରେ ଟିଉସନ ଯାଉଥିବା ୩ ଜଣ ଛାତ୍ରୀଙ୍କୁ ଗତକାଲି ଜଡିଚାତର ଗ୍ରାମର ତିନି ଜଣ ଯୁବକ ଟଣା ଓଟରା କରିବା ସହ ସେମାନଙ୍କଠାରୁ ମୋବାଇଲ ଛଡାଇ ନେବା ପାଇଁ ଚେଷ୍ଟା କରିଥିବା ସମ୍ପର୍କରେ ବଡଗମ୍ଭାରିଆ ଗ୍ରାମର ସଞ୍ଜିବ ମହାପାତ୍ର ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ସୁଶାନ୍ତ ମଣି ମହାନ୍ତି ଓ ସବ୍ ଇନ୍ସପେକ୍ଟର ଦୀନଦୟାଲ ମୋଦୀ ଘଟଣାର ତଦନ୍ତ କରିବା ସହ ରୋମିଓଗିରି ଦେଖାଇଥିବା ଜଡିଚାତର ଗ୍ରାମର ଇନ୍ଦ୍ର ନାଏକ(୨୦) ଶରଧାପୁର ଗ୍ରାମର ବେଣୁଧର ନାଏକ(୨୦) ଓ କେଶବ ନାଏକ(୧୮) ନାମକ ତିନି ଜଣ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରି ଯୁବକ ତିନି ଜଣଙ୍କୁ ଗିରଫ କରାଯାଇଛି । ଛାତ୍ରୀମାନେ ରାସ୍ତା କଡରେ ସ୍କୁଟି ରଖି ମୋବାଇଲରେ ସେଲଫି ନେବା ସମୟରେ ହଠାତ ତିନିଜଣ ଯାକ ଯୁବକ ସେଠାରେ ପହଞ୍ଚି ରୋମିଓ ଗିରି ଦେଖାଇଥିଲେ । ସଂପୃକ୍ତ ତିନି ଯୁବକଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories