କର୍ଣ୍ଣାଟକରେ କଂଗ୍ରେସର ବାଜିମାତ୍‌

ବେଙ୍ଗାଲୁର – କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବେଶ୍‌ ଭଲ ପ୍ରଦର୍ଶନ କରିଛି । ପ୍ରାଥମକ ଗଣନାରେ କଂଗ୍ରେସ ପୂର୍ଣ୍ଣ ବହୁମତ ହାସଲ କରିଥିବା ପ୍ରତୀତ ହୋଇଛି । ବିଜେପି ଏହି ନିର୍ବାଚନରେ ଭଲ ପ୍ରଦର୍ଶନ କରିପାରି ନାହିଁ । ଦିନ ଗୋଟାଏ ସୁଦ୍ଧା କଂଗ୍ରେସ ୧୩୪ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୬୫ ଏବଂ ଜେଡିଏସ୍ ୨୧ଟି ଆସନରେ ଆଗୁଆ ରହିଛି ।

କଂଗ୍ରେସର ଜିତିଥିବା ବିଧାୟକମାନଙ୍କୁ ରାତି ୮ ସୁଦ୍ଧା ବେଙ୍ଗାଲୁର ହିଲଟନ୍‌ ହୋଟେଲ୍‌ରେ ପହଞ୍ଚିବା ପାଇଁ କୁହାଯାଇଛି । ଏହି ହୋଟେଲ୍‌ରେ ୫୦ରୁ ଅଧିକ କୋଠରୀକୁ ସଂରକ୍ଷିତ ରଖାଯାଇଛି । କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ମେ ୧୦ ତାରିଖରେ କର୍ଣ୍ଣାଟକର ୨୨୪ଟି ଆସନରେ ମତଦାନ ହୋଇଥିଲା . ୧୩ ତାରିଖ ସକାଳେ ମତ ଗଣନା ଆରମ୍ଭ ହୋଇଥିଲା । ପ୍ରଥମରୁ କଂଗ୍ରେସ ଆଗୁଆ ରହିଥିଲା ।

କର୍ଣ୍ଣାଟକ କଂଗ୍ରେସର ଅଧ୍ୟକ୍ଷ ଡିକେ ଶିବ କୁମାର ଆଗୁଆ ବହୁମତ ହାସଲ କରିବେ ବୋଲି କହିଥିଲେ । କଂଗ୍ରେସର ବିଜୟ ପରେ ସେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ସହ କଂଗ୍ରେସ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

Comments are closed.