ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ କାର୍ତ୍ତିକେଶ୍ଵର ପାତ୍ରଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ତାଙ୍କ ସହ ମୋର ଦୀର୍ଘ ଦିନର ଘନିଷ୍ଟ ସମ୍ପର୍କ ରହିଥିଲା ତେଣୁ ତାଙ୍କ ମୃତ୍ୟୁ ଖବର ମୋତେ ମର୍ମାହତ କରିଛି ଏବଂ ଆମ କଂଗ୍ରେସ ଦଳ ଏକ ସୁ ସଂଗଠକଙ୍କୁ ଆଜି ହରେଇଲା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସ୍ବର୍ଗତଃ କାର୍ତ୍ତିକେଶ୍ୱର ପାତ୍ରଙ୍କ ବିୟୋଗ ଓଡିଶା ରାଜ୍ୟ ରାଜନୀତିରେ ଏକ ଅପୁରଣୀୟ କ୍ଷତି। ସେ ଜଣେ ସରଳ, ନିଷ୍କପଟ, ପରୋପକାରୀ ବ୍ୟକ୍ତି ଭାବେ ଦୀର୍ଘଦିନ ଧରି କଂଗ୍ରେସ ଦଳ ସହ ଜଡିତ ରହି କଂଗ୍ରେସ ଦଳକୁ ମଜବୁତ କରିବାରେ କାର୍ଯ୍ୟ କରିଆସୁଥିଲେ। ସାଧାରଣ ଜନତାଙ୍କ ପାଇଁ ସେ କାର୍ଯ୍ୟ କରିବାକୁ ପଛାଉନଥିଲେ। ସାଂସଦ ଏବଂ ବିଧାୟକ ଥିବାବେଳେ ବାଲେଶ୍ୱର ଜିଲ୍ଲାରେ ଅନେକଗୁଡିଏ ଜନମଙ୍ଗଳ କାର୍ଯ୍ୟ କରିଥିବାରୁ ସବୁଦିନ ପାଇଁ ଲୋକଙ୍କ ହୃଦୟରେ ରହିବେ। ସ୍ବର୍ଗତଃ କାର୍ତ୍ତିକେଶ୍ୱର ବାବୁଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ।
Popular Categories



