www.samajalive.in
Wednesday, December 10, 2025
14.1 C
Bhubaneswar

ଭାବନାତ୍ମକ ଦୃଷ୍ଟିରୁ କାଶ୍ମୀର ଆମର ନୁହେଁ: କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରକୁ ନେଇ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମୋଦୀ ସରକାରକୁ ଟାର୍ଗେଟ କରିବାକୁ ଯାଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଭୌଗୋଳିକ ଦୃଷ୍ଟିରୁ କାଶ୍ମୀର ଆମର, କିନ୍ତୁ ଭାବନାତ୍ମକ ଦୃଷ୍ଟିରୁ ନୁହେଁ। କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କ ଉପରେ ପବ୍ଲିକ ସେଫ୍ଟି ଆକ୍ଟ(ପିଏସଏ) ଲାଗୁ କରିବା ଉପରେ ଅଧୀର ରଞ୍ଜନ ଏହି ପ୍ରତିକ୍ରିୟା ଦେଇଛନ୍ତି।

ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ କହିଛନ୍ତି, ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କ ବିରୋଧରେ ମନ୍ତବ୍ୟ ଦେଲେ ଏବଂ ରାତିରେ ପିଏସଏ ଲାଗୁ କଲେ। ସରକାର କାଶ୍ମୀରରେ ଏଭଳି ଶାସନ କରିପାରିବେ ନାହିଁ। ଭୌଗୋଳିକ ରୂପରେ କାଶ୍ମୀର ଆମର, କିନ୍ତୁ ଭାବନାତ୍ମକ ଦୃଷ୍ଟିରେ କାଶ୍ମୀର ଆମର ନୁହେଁ ବୋଲି ସେ କହିଛନ୍ତି। ଅଧୀର ରଞ୍ଜନଙ୍କ ପୂର୍ବରୁ କଂଗ୍ରେସ ନେତା ପି. ଚିଦାମ୍ବରମ ବି କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଓମାର ଅବଦୁଲ୍ଲା ଏବଂ ମେହବୁବାଙ୍କ ବିରୋଧରେ ପିଏସଏ ଲାଗୁ ହେବା ମୋତେ ଆଶ୍ଚର୍ଯ୍ୟ କରିଛି। ଗଣତନ୍ତ୍ରରେ ଏହା ସବୁଠାରୁ ବାଜେ ପଦକ୍ଷେପ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories