www.samajalive.in
Saturday, December 6, 2025
23.1 C
Bhubaneswar

କଂଗ୍ରେସ ଇସ୍ତାହାରରେ ଚାଷୀ ଓ ଚାଷକୁ ଗୁରୁତ୍ଵ

ଭୁବନେଶ୍ଵର: ମଙ୍ଗଳବାର ଓଡ଼ିଶ ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ଇସ୍ତାହାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳ ଛତିଶଗଡ଼ ଢାଞ୍ଚାରେ ଇସ୍ତାହାର ପ୍ରସ୍ତୁତ କରିଛି। ଛତିଶଗଡ଼ରେ କଂଗ୍ରେସ ସରକାର ଗଢ଼ିଥିବାରୁ ଓଡ଼ିଶା କଂଗ୍ରେସ ତାହାକୁ ଅନୁସରଣ କରି ଏଥର ନିର୍ବାଚନ ଜିତିବ ବୋଲି ଆଶା ରଖିଛି। ତେଣୁ ଇସ୍ତାହାର କମିଟି ବୈଠକରେ ଏଥର ଚାଷୀ ଏବଂ ଚାଷକୁ ଅଧିକ ଗୁରୁତ୍ଵ ଦିଆଯାଇଛି। ବୈଠକ​ରେ ଛତିଶଗଡ଼ ପ୍ରଦେଶ କଂଗ୍ରେସ ନେତୃବୃନ୍ଦଙ୍କ ସମେତ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ଏବଂ ୨୧ଟି ଲୋକସଭା ନିର୍ବାଚନମଣ୍ଡଳୀର ନେତା ଯୋଗଦେଇଥିଲେ। ଇସ୍ତାହାର ସମ୍ପର୍କରେ ସମସ୍ତ ଲୋକ ସଭା ନିର୍ବାଚନମଣ୍ଡଳୀର ନେତାଙ୍କ ସହ ଆଲୋଚନା କରାଯାଇଥିଲା ବୋଲି ଇସ୍ତାହାର କମିଟି ସଦସ୍ୟ ବିଭୁ ତରାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories