www.samajalive.in
Sunday, December 14, 2025
19.1 C
Bhubaneswar

ପଞ୍ଜାବରେ ଭାଙ୍ଗିବ ଆପ୍ ସରକାର: କଂଗ୍ରେସ ନେତା

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ନୂଆଦିଲ୍ଲୀରେ ଆମ ଆଦମୀ ପାର୍ଟି(ଆପ୍‌) ସରକାରର ପତନ ଘଟିଛି। ଏହା ପରେ ପଞ୍ଜାବ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ବିଜେପି ସହିତ କଂଗ୍ରେସ ବି ଭଗୱନ୍ତ ମନଙ୍କ ସରକାରକୁ ଟାର୍ଗେଟ କରିବାରେ ଲାଗି ପଡ଼ିଛି।

କଂଗ୍ରେସର ବରିଷ୍ଠ ନେତା ପ୍ରତାପ ସିଂହ ବାଜୱା କହିଛନ୍ତି, ଆପ୍‌ର ୩୦ ବିଧାୟକ ତାଙ୍କ ସମ୍ପର୍କରେ ରହିଛନ୍ତି। ଅନ୍ୟ ଜଣେ ନେତା ସୁଖଜିନ୍ଦର ସିଂହ ରନ୍ଧୱା ଦାବି କରିଛନ୍ତି ଯେ, ପଞ୍ଜାବରେ ଆପ୍‌ ସରକାର ଭାଙ୍ଗିବାକୁ ଯାଉଛି। ରାଜ୍ୟରେ ମଧ୍ୟବର୍ତ୍ତୀକାଳିନ ନିର୍ବାଚନ ହେବାକୁ ଯାଉଛି। ଦୁଇ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଖେଳ ସାମ୍ନାକୁ ଆସିଯିବ।

- Advertisement -

ତେବେ ଏଭଳି ପରିସ୍ଥିତିରେ ନିଜ ବିଧାୟକମାନଙ୍କୁ ଏକଜୁଟ ରଖିବା ଆପ୍‌ ସମ୍ମୁଖରେ ଏକ ବଡ଼ ଚାଲେଞ୍ଜ ହୋଇପାରେ। ଏହା ମଧ୍ୟରେ ଦିଲ୍ଲୀର ରଜୌରୀ ଗାର୍ଡେନ ଆସନରୁ ନିର୍ବାଚନ ଜିତିଥିବା ବିଜେପି ନେତା ମନଜିନ୍ଦର ସିଂହ ସିରସା କହିଛନ୍ତି, ଦିଲ୍ଲୀ ନିର୍ବାଚନ ହାରିବା ପରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ପଞ୍ଜାବ ବିଧାୟକମାନଙ୍କ ବୈଠକ ଡକାଇଛନ୍ତି। ସେ ଭଗବନ୍ତ ମନଙ୍କୁ ଅଯୋଗ୍ୟ ଦର୍ଶାଇ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଉଦ୍ୟମ କରୁଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories