www.samajalive.in
Thursday, December 11, 2025
14.1 C
Bhubaneswar

ସରକାର ଗଢ଼ି ନପାରୁ, କିଛି ଆସନରେ ଭଲ ପ୍ରଦର୍ଶନ କରିବୁ : ନିରଞ୍ଜନ

ଭୁବନେଶ୍ବର: ଅଳ୍ପ କିଛି ଘଣ୍ଟା ବ୍ୟବଧାନରେ ଭୋଟଗଣତି ଓ ଫଳାଫଳ ଘୋଷଣା ହେବାକୁ ବାକି ଥିବାବେଳେ ଏବେ ବି ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ସ୍ଥିତି ସଂକ୍ରାନ୍ତରେ ଭବିଷ୍ୟବାଣୀ କରିବାରେ ଲାଗିଛନ୍ତି। ବିଜୁ ଜନତା ଦଳ ଓ ବିଜେପି ପରସ୍ପର କ୍ଷମତାକୁ ଆସିବାର ଦମ୍ଭ ରଖିଥିବାବେଳେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଫଳାଫଳ ଘୋଷଣା ପୂର୍ବରୁ ହିଁ କ୍ଷମତାକୁ ଆସିବାର ପ୍ରତିଦ୍ବନ୍ଦ୍ବିତାରୁ ଓହରିଯାଇଛି।
ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ସାମ୍ବାଦିକମାନେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ନେବାକୁ ଚାହିଁବାରୁ ସେ କହିଥିଲେ ଯେ ଆମେ ସରକାର ଗଢ଼ି ନପାରୁ; କିନ୍ତୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଆମେ ଭଲ ପ୍ରଦର୍ଶନ କରିବୁ। ତେବେ ସେ ନିଜେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଭଣ୍ଡାରିପୋଖରୀ ଓ ଘସିପୁରାରୁ ବିଜୟ ଲାଭ କରିବେ ବୋଲି କହିଛନ୍ତି। କେତେ ବ୍ୟବଧାନରେ ସେ ଜିତିବେ ବୋଲି ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ବହୁ ବଡ଼ ବ୍ୟବଧାନରେ ଜିତିବେ।
ପଶ୍ଚିମ ଓଡ଼ିଶାରୁ ଦଳ ପାଇଁ ସେ​‌େ​‌ତଟା ଭଲ ପ୍ରଦର୍ଶନର ସ​‌େ​‌ଙ୍କତ ମିଳୁନଥିଲେ ମଧ୍ୟ ଏଠାରେ କିଛି ବିଧାନସଭା ଓ ଲୋକସଭା ଅାସନରେ ଦଳ ଭଲ ପ୍ରଦର୍ଶନ କରିବ। ଏକଜିଟ ପୋଲ ରିପୋର୍ଟରେ ଆସିଥିବା ତଥ୍ୟ ସତ ହେବ କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଅଧିକାଂଶ ରିପୋର୍ଟ ଯେଉଁ ଭଳି ତଥ୍ୟ ପ୍ରକାଶ କରିଛନ୍ତି ହୁଏତ ତାହା ସତ୍ୟ ହୋଇପାରେ। ତେବେ ଦଳର ବରିଷ୍ଠ ନେତା ତଥା ଏଆଇସିସି ସମ୍ପାଦକ ଶରତ ରାଉତ ଏଥର ନିର୍ବାଚନରେ ଦଳର ପ୍ରଦର୍ଶନ ଖରାପ ହେବା ପଛରେ ଦଳୀୟ ରଣନୀତି ଓ ପରିଚାଳନାକୁ ଦାୟୀ କରିଛନ୍ତି। ଓପିସିସି ଦଳର କର୍ମୀ ଓ ପ୍ରାର୍ଥୀଙ୍କୁ ନିରାଶ କରିବା ସହିତ ଏଆଇସିସି ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ବିଶ୍ବାସ ଭଙ୍ଗ କରିଛନ୍ତି। ଓଡ଼ିଶାରେ ଦଳର ମୁଖିଆ ଦଳର ପ୍ରଦର୍ଶନ ପାଇଁ ଦାୟୀ ରହିବେ। ତଥାପି କଂଗ୍ରେସ ରାଜ୍ୟରେ ଏହାର ସ୍ଥିତି ମଜଭୁତ ରଖିବ ବୋଲି ସେ ଆଶା ରଖିଛନ୍ତି। ଫଳାଫଳ ଘୋଷଣା ପରେ ଦଳର ପ୍ରଦର୍ଶନ ପଦାକୁ ଆସିବ। ଆମେ ଆମର ପୂର୍ବ ସ୍ଥିତି ବଜାୟ ରଖିଲେ ମଧ୍ୟ ଆଶାନୁରୂପ ଫଳ ମିଳି ନପାରେ। ନିର୍ବାଚନ ପରିଚାଳନା ପ୍ରତି ଅନାଗ୍ରହ ଓ ଟିକଟ ବଣ୍ଟନରେ ଦେଖାଦେଇଥିବା ତ୍ରୁଟିବିଚ୍ୟୁତି ଯୋଗୁଁ ଦଳୀୟ ପ୍ରଦର୍ଶନ ଖରାପ ହୋଇପାରେ। ଅଧିକାଂଶ ଦଳୀୟ ପ୍ରାର୍ଥୀ ଯେତିକି ସହଯୋଗ ପାଇବା କଥା ସେମାନଙ୍କୁ ମିଳିଲାନି। ସେ ନିଜେ ସୁକିନ୍ଦାରୁ ଲଢ଼ୁଥିଲେ ବି କିଛି ସହଯାଗ ପାଇଲେନି। ଦଳର ବରିଷ୍ଠ ନେତା ତଥା ଓପିସିସି ସମନ୍ବୟ କମିଟି ଆବାହକ ଜଗନ୍ନାଥ ପଟ୍ଟନାୟକଙ୍କ ଇସ୍ତଫା ସମ୍ପର୍କରେ ପ୍ରତିକ୍ରିୟା ରଖି ସେ କହିଥିଲେ ଯେ ସେ ଦଳୀୟ ନେତାଙ୍କ ସହିତ ସମନ୍ବୟ ରକ୍ଷା କରିବାରେ ସଫଳ ହୋଇପାରିଲେ ନାହିଁ। ଦଳର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ଫଳାଫଳ ପ୍ରକାଶନ ପୂର୍ବରୁ ମିଡିଆକୁ ଯିବା ଅନୁଚିତ୍‌ ା ତେବେ ଦଳର ବରିଷ୍ଠ ନେତା ଶରତ ରାଉତ ଯେଭଳି ମନ୍ତବ୍ୟ ଦେଇଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ା ଆଗାମୀ ବୈଠକରେ ଏହି ପ୍ରସଙ୍ଗ ଉଠାଇବେ ବୋଲି ସେ କହିଛନ୍ତି ା

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories