www.samajalive.in
Saturday, December 13, 2025
26.1 C
Bhubaneswar

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିଚାଳନାରେ ଝାରସୁଗୁଡ଼ାର ପ୍ରଶାସନ ବିଫଳ ହୋଇଛନ୍ତି। ନିର୍ବାଚନ ଆୟୋଗଙ୍କ ନିୟମ ମୁତାବକ କଂଗ୍ରେସ ଦଳ ଘରକୁ ଘର ଭୋଟ ପ୍ରଚାର କରୁଥିବା ବେଳେ ସ୍ଥାନୀୟ ଶାସକ ଦଳ ଶାସକ ଦଳର ମୃଷ୍ଟିମେୟ ପ୍ରଭାବଶାଳୀ ନେତାଙ୍କ ପ୍ରରୋଚାନରେ ବିଜେଡ଼ି ନେତୃବୃନ୍ଦ କଂଗ୍ରେସ ଲୋକଙ୍କୁ ଆଶାଳୀନ ଭାଷା ପ୍ରୟୋଗ କରି ଧମକ-ଚମକ ଦେଉଛନ୍ତି। ଯାହାଫଳରେ ଝାରସୁଗୁଡ଼ାର ଗ୍ରାମାଂଚଳର ନିରୀହ ଜନସାଧାରଣ ଭୟଭିତ ଅବସ୍ଥାରେ ଅଛନ୍ତି। ବିଶେଷ କରି ଝାରସୁଗୁଡ଼ାର ରାଜପୁର (କ) ଜୋନ ଏବଂ ବ୍ରଜରାଜ ନଗର ଜିଲ୍ଳା ପରିଷଦ ଅଂଚଳରେ ଶାସକ ଦଳର ନେତୃବୃନ୍ଦ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କ୍ରମାଗତ ଭାବେ କରିଚାଲିଛନ୍ତି। ଯାହାକୁ ଜିଲ୍ଲା ପ୍ରଶାସନ ସବୁଜାଣି ନ ଜାଣିଲା ପରି ନୀରବଦ୍ରଷ୍ଟା ସାଜିଛନ୍ତି । ଏହା ଦୁଃଖ ଓ ପରିତାପର ବିଷୟ ଅଟେ।

ଏହି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ଆଚରଣ ଉଲ୍ଲଙ୍ଘନ ନେଇ ପିସିସି ଉପସଭାପତି ତଥା, ନିର୍ବାଚନ କମିଟିର ଆବାହକ ଶ୍ରୀ ଯଜେ୍ଞଶ୍ୱର ବାବୁଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ନିର୍ବାଚନ ଆୟୋଗ ଅଭିଯୋଗ ପତ୍ର ଗ୍ରହଣ କରି ବିଧିବ୍ୟବସ୍ଥା ଅନୁସାରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅବାଧ ଓ ନିରପେକ୍ଷ ଭାବରେ ନିର୍ବାଚନ କରାଯିବ ବୋଲି ପ୍ରତିଶ୍ରୁତି ଦେଲେ। ଉକ୍ତ ପ୍ରତିନିଧି ଦଳରେ ଉପସଭାପତି ଯଜେ୍ଞଶ୍ୱର ବାବୁଙ୍କ ସମେତ, ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ, ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଏବଂ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories