www.samajalive.in
Saturday, December 6, 2025
19.1 C
Bhubaneswar

ବର୍ଦ୍ଧିତ ବିଦ୍ୟୁତ୍ ଦର ପ୍ରତିବାଦରେ ବାଙ୍କୀ କଂଗ୍ରେସର ଧାରଣା 

ବାଙ୍କୀ : ଗତ କିଛି ଦିନ ତଳେ ସରକାରଙ୍କ ତରଫରୁ ବିଦ୍ୟୁତ୍ ଦର ବୃଦ୍ଧି କରାଯାଇଛି । କରୋନା ମହାମାରୀ ସମୟରେ ଜନସାଧାରଣଙ୍କ ଉପରେ ଏହାର ପ୍ରଭାବ ପଡୁଥିବା ବେଳେ ରାଜ୍ୟ କଂଗ୍ରେସ ତରଫରୁ ଏହାକୁ ପ୍ରତିବାଦ କରିବା ପାଇଁ ଡାକରା ଦିଆଯାଇଥିଲା । ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବାଙ୍କୀର ପୂର୍ବତନ ବିଧାୟକ ତଥା ପିସିସି ଉପସଭାପତି ଡ.ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ବାଙ୍କୀ ଉପଖଣ୍ଡସ୍ତରୀୟ ବିଦ୍ୟୁତ୍ କାର୍ୟ୍ୟାଳୟଠାରେ କଂଗ୍ରେସ ତରଫରୁ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ଧାରଣା ଦିଆଯାଇଛି । ନଗର କଂଗ୍ରେସ ସଭାପତି କାଶିନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଧାରଣାରେ କଂଗ୍ରେସ କାର୍ୟ୍ୟକର୍ତ୍ତା ସାମିଲ ହୋଇ ସରକାରଙ୍କ ମହାମାରୀ ସମୟରେ ଏଭଳି ଜନମାରଣ ନୀତିକୁ ନିନ୍ଦା କରିଥିଲେ। ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରାଯାଇଥିବା ବେଳେ ସାଧାରଣ ଜୀବନ ଜୀଉଁଥିବା ବ୍ୟକ୍ତି ବିଶେଷମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ଜନମାରଣ ନୀତି ଯୋଗୁ ବର୍ତ୍ତମାନ ଜନସାଧାରଣମାନେ ବିଦ୍ୟୁତ୍ ଶୁଳ୍କ ଦେବାକୁ ଅକ୍ଷମ ଥିବା ବେଳେ ଏଭଳି ବିଦ୍ୟୁତ୍ ଦର ବୃଦ୍ଧି ସରକାରଙ୍କ ଦାୟିତ୍ୱହୀନତାକୁ ସୂଚାଉଥିବା ନଗର କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି । ବିଦ୍ୟୁତ୍ ଦର ବୃଦ୍ଧି ଫଳରେ ଜନସାଧାରଣ ଯେଉଁ ସମୟରେ ପରିବାର ଚଳାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେହି ସମୟରେ ସରକାରଙ୍କ ଏଭଳି ଆଚରଣ ଚିନ୍ତାର ବିଷୟ ବୋଲି ପୂର୍ବତନ ଯୁବକଂଗ୍ରେସ ସଭାପତି ନୀଳମଣି ମହାପାତ୍ର ପ୍ରକାଶ କରିଛନ୍ତି।

ଏହି ଧାରଣାରେ ବରିଷ୍ଠ କଂଗ୍ରେସ ନେତା କ୍ଷେତ୍ରବାସୀ ଦାଶ, ଡମପଡ଼ା ବ୍ଲକ କଂଗ୍ରେସ ସଭାପତି ଅସୀତ ବରଣ ପଟ୍ଟନାୟକ, ବାବୁଲି ଦଳେଇ, ଅମୀୟ ନାୟକ, ମୁନା ସିଂହ, ଭାଗଗ୍ରାହୀ ସ୍ୱାଇଁ, ଦେବେନ୍ଦ୍ର ପ୍ରଧାନ, ଶଶାଙ୍କ ଶେଖର ସ୍ୱାଇଁ, ରବିନ୍ଦ୍ର ବେହେରା, ରାକେଶ ବେହେରା, ଲକ୍ଷ୍ମୀଧର ଦେବତା, କରଣୀ ମଲ୍ଲୀକ, ନକୁଳ ପ୍ରଧାନ, ଶଙ୍କର ଦଳେଇ, ପାର୍ଥସାରଥୀ ପାଣି, ପିତବାସ ପ୍ରଧାନ ପ୍ରମୁଖ ଶତାଧିକ କଂଗ୍ରେସ କାର୍ୟ୍ୟକର୍ତ୍ତା ଉପସ୍ଥିତ ରହି ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ଧାରଣା ଦେଇଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories