www.samajalive.in
Monday, December 8, 2025
27.1 C
Bhubaneswar

ଟିକା ଅଭାବ : ବ୍ରହ୍ମପୁରର ୬ କେନ୍ଦ୍ରରେ ଟିକାକରଣ ବନ୍ଦ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ କୋଭିସିଲ୍‌ଡ ଟିକା ପ୍ରଦାନ କରାଯାଉଛି । କିନ୍ତୁ ଟିକାର ଅଭାବ ଯୋଗୁ ସୋମବାର ୬ଟି କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି । ସୂଚନା ଅନୁଯାୟୀ, ବ୍ରହ୍ମପୁର ସହରର ୮ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକା ପ୍ରଦାନ କରାଯାଉଥିଲା । ହେଲେ ଟିକାର ଅଭାବ ଯୋଗୁ ସୋମବାର କେବଳ ଆସିକା ରୋଡ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଗୁଡ୍‌ସ ସେଡ୍‌ ରୋଡ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ହିଁ ଟିକା ପ୍ରଦାନ କରାଯାଇଛି । ଅନ୍ୟ ୬ଟି ଯଥା ବୈକୁଣ୍ଠନଗର, ରେଡକ୍ରସ, ଖୋଡାସିଙ୍ଗି, ଆମ୍ବପୁଆ, ଉତ୍ତରାମୁଖୀ ଏବଂ ଆଗା ସାହି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସୋମବାର ଟିକାକରଣ ବନ୍ଦ ରହିଛି । ଆସିକା ରୋଡ ଏବଂ ଗୁଡ୍‌ସ ସେଡ ରୋଡରେ ଟିକା ଗଚ୍ଛିତ ରଖାଯାଉଥିଲା । ଏଣୁ ସେଠାରେ ଆବଶ୍ୟକ ଟିକା ମହଜୁଦ ରହୁଥିଲା । ଏଣୁ ଏହି ୨ଟି କେନ୍ଦ୍ରରେ ଟିକାକରଣ ପ୍ରଭାବିତ ହୋଇନାହିଁ । ବଳକା କେନ୍ଦ୍ରଗୁଡ଼ିକ ପାଇଁ ଟିକା ନଥିବା ଯୋଗୁ ଟିକାକରଣ ବନ୍ଦ ରହିଛି । ଯଦି ସୋମବାର ସୁଦ୍ଧା ସହରରେ ଟିକା ନ ପହଞ୍ଚେ, ତେବେ ମଙ୍ଗଳବାର ଠାରୁ ଏହି ୨ଟି କେନ୍ଦ୍ରରେ ମଧ୍ୟ ଟିକା କରଣ ବନ୍ଦ ହୋଇଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories