www.samajalive.in
Monday, December 8, 2025
27.1 C
Bhubaneswar

‘ରାମ ସେତୁ’ ଚଳଚ୍ଚିତ୍ରର ୪୫ କଳାକାର କରୋନା ପଜିଟିଭ, ବନ୍ଦ ହେଲା ଶୁଟିଂ

ମୁମ୍ବଇ: ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ରାମ ସେତୁ’ର ୪୫ କଳାକାର କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଅକ୍ଷୟ କୁମାର କରୋନାରେ ଆକ୍ରାନ୍ତ ହେବା ପରେ ଅନ୍ୟ କଳାକାରଙ୍କ ପରୀକ୍ଷା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ଫଳରେ ତୁରନ୍ତ ସଂକ୍ରମିତମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବାବେଳେ ଚଳଚ୍ଚିତ୍ର ଶୁଟିଂ ବନ୍ଦ କରିଦିଆଯାଇଛି। ଫେଡେରେଶନ ଅଫ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲଇଜ (ଏଫଡବ୍ଲ୍ୟୁଆଇସିଇ)ର ସାଧାରଣ ସମ୍ପାଦକ ଅଶୋକ ଦୁବେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଦୁବେ କହିଛନ୍ତି, ‘ରାମ ସେତୁ’ର ଶୁଟି ସମ୍ପୂର୍ଣ୍ଣ ସୁରକ୍ଷା ମଧ୍ୟରେ କରାଯାଉଥିଲା। ଏହା ସତ୍ବେ ୪୫ କଳାକାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ଅତ୍ୟନ୍ତ ଦୁଃଖଦ ଘଟଣା। ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି। ବର୍ତ୍ତମାନ ଚଳଚ୍ଚିତ୍ରର ଶୁଟିଂ ବନ୍ଦ କରାଯାଇଛି।

- Advertisement -

ଦୁଇ ଦିନ ତଳେ ଅଭିନେତା ଅକ୍ଷୟ କୁମାର କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଟ୍ବିଟ୍‌ କରି ସୂଚନା ଦେଇଥିଲେ। ଏହା ପରେ ସେ ନିଜକୁ ନିଜ ଘରେ ଆଇସୋଲେଟ୍‌ କରି ରଖିଥିଲେ। କିନ୍ତୁ ସୋମବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories