କଂଗ୍ରେସର ବିଶ୍ୱାସଘାତକ ଦିବସ ପାଳନ
ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପରେ ୨୦୧୯ ଓଡ଼ିଶା ନିର୍ବାଚନ ପାଇଁ ରାଜ୍ୟର ମୁଖ୍ୟ ତିନୋଟି ଦଳ ନିଜ ନିଜର ଶକ୍ତି ଦେଖାଇବାରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୪ବର୍ଷ ପୂରଣ ଅବସରରେ କଟକ ଗସ୍ତରେ ଆସୁଛନ୍ତି। ଏହାକୁ ନେଇ ଆଜି ସାରା ରାଜ୍ୟରେ ବିଶ୍ୱାସଘାତକ ଦିବସ ପାଳନ କରୁଛି କଂଗ୍ରେସ। କଂଗ୍ରେସର ବରିଷ୍ଠ କେନ୍ଦୀୟ ନେତା କପିଲ ଶିବଲ ମଧ୍ୟ ଏହି ପରିପେକ୍ଷୀରେ ଆଜି ଓଡ଼ିଶା ଆସିଛନ୍ତି। ଦେଶରେ ତୈଳ ଦର ବୃଦ୍ଧି ଓ ବେକାରୀ ସମସ୍ୟା ହ୍ରାସ କରିବାରେ କେନ୍ଦ୍ର ସରକାର ଅକ୍ଷମ ହୋଇଛି। ଏହାକୁ ନେଇ କଂଗ୍ରେସ ବିଶ୍ୱାସଘାତକ ଦିବସ ପାଳନ କରୁଛି। ଆଜି କଂଗ୍ରେସ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏଡ଼ିଏମ୍ ଅଫିସ ସମ୍ମୁଖରେ ଧାରଣା ଦିଆଯିବା ସହ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି ।
ଯାଜପୁର ଜିଲ୍ଲାରେ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ ଵିରୁଦ୍ଧରେ ବିଶ୍ବାସଘାତକତା ଦିବସ ପାଳନ କରାଯାଉଛି। ଜିଲ୍ଲାପାଳ ଅଫିସ ସମ୍ମୁଖରେ ଶତାଧିକ କଂଗ୍ରେସ କର୍ମୀଙ୍କ ଧାରଣାରେ ବସିଛନ୍ତି ।