www.samajalive.in
Saturday, December 13, 2025
26.1 C
Bhubaneswar

ଦୃଷ୍ଟିହୀନ ଚଳାଇବେ କମ୍ପ୍ୟୁଟର

ସ୍ବପ୍ନ ତ’ ସମସ୍ତେ ଦେଖନ୍ତି, ହେଲେ ପ୍ରତ୍ୟେକଙ୍କ ଚିତ୍ରପଟ ଭିନ୍ନ। ଜଣେ ଦୃଷ୍ଟିହୀନର ସ୍ବପ୍ନ କିଭଳି ହୋଇଥିବ, ଏହି କଥା ପିଲାବେଳୁ ହିଁ ବ୍ୟଥିତ କରୁଥିଲା ଗୌରବ ମୋଦବୱାଲାଙ୍କୁ। ଇଂଜିନିୟର ହେବା ପରେ ସେ ବିଭିନ୍ନ ତଥ୍ୟ ହାସଲ କଲେ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସର୍ବେକ୍ଷଣ ଅନୁସାରେ, ପୂରା ବିଶ୍ବରେ ଦୃଷ୍ଟିହୀନଙ୍କ ସଂଖ୍ୟା ୨୫୦ ମିଲିୟନ୍‌ ହୋଇଥିବାବେଳେ ଭାରତରେ ଏମାନଙ୍କ ସଂଖ୍ୟା ୩୦ ପ୍ରତିଶତ। ଏବର ସ୍ମାର୍ଟ ଯୁଗରେ ଦୃଷ୍ଟିହୀନ ଲୋକ କିଭଳି ଦୌଡ଼ରେ ସାମିଲ ହୋଇପାରିବେ, ସେ ଯୋଜନା କଲେ ଗୌରବ। ବାରାଣସୀ ବିଶ୍ବବିଦ୍ୟାଳୟର ଇଂଜିନିୟରିଂ ଛାତ୍ର ହେଲେ ଗୌରବ। ନିଜ ଯୋଜନା ସେ ପ୍ରାଧ୍ୟାପକ ଡାକ୍ତର କିଶୋର ସରୱାଡେକରଙ୍କୁ ଜଣାଇଲେ। ପ୍ରାଧ୍ୟାପକ ସମସ୍ତ ପ୍ରକାର ସହାୟତା କରିବା ସହ ଏହି ଯୁବ ଛାତ୍ରଙ୍କୁ ଉତ୍ସାହିତ କଲେ ମଧ୍ୟ। ୯ ମାସ ମଧ୍ୟରେ ଗୌରବ ଜେସ୍ଚର ସିଷ୍ଟମ୍ ତିଆରି କରିଛନ୍ତି। ଏହା ସହାୟତାରେ ଦୃଷ୍ଟିହୀନମାନେ ଟାଇପିଂ କରିବା ସହ କେବଳ ଅଙ୍ଗୁଳିର ଇସାରାରେ ନିୟନ୍ତ୍ରଣ ମଧ୍ୟ ରଖିପାରିବେ। କମ୍ପ୍ୟୁଟର୍‌ ସିଷ୍ଟମ୍‌ରେ ଏକ ସେନ୍‌ସରଯୁକ୍ତ କ୍ୟାମେରା ଲାଗିଥାଏ। ଆଙ୍ଗୁଳିର ଇସାରାରେ କମ୍ପ୍ୟୁଟର୍‌ ସ୍କ୍ରିନ୍‌ରେ ଟାଇପିଂ ହେବ। ଅଡିୟୋ ସିଷ୍ଟମ୍‌ରେ ମଧ୍ୟ ଦୃଷ୍ଟିହୀନଙ୍କୁ ନିୟମିତ ଉପଦେଶ ଦିଆଯାଇଥାଏ। ସାମାନ୍ୟ ଭୁଲ୍ ଟାଇପିଂ ହେଲେ ଏହା ତୁରନ୍ତ ଅବଗତ ମଧ୍ୟ କରାଇଥାଏ। ଗୌରବ ନିଜର ଏହି ପଦକ୍ଷେପ ତଥା ଯୋଜନା ପାଇଁ ୨୦୧୭ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନିକଟରୁ ପୁରସ୍କୃତ ହୋଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories