www.samajalive.in
Wednesday, December 10, 2025
14.1 C
Bhubaneswar

ହିନ୍ଦୁ ଧର୍ମକୁ ଅପମାନ କଲେ ରଣବୀର କପୁର ! ଥାନାରେ ଅଭିଯୋଗ

ମୁମ୍ବଇ: ବଲିଉଡ଼ ଅଭିନେତା ରଣବୀର କପୁର ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ଆନିମଲ୍‌’ର ସଫଳତା ପାଇଁ ଉତ୍ସବ ପାଳନ କରୁଛନ୍ତି। ଏହି କ୍ରମରେ ସେ ନିକଟରେ ପରିବାର ସହ ଖ୍ରୀଷ୍ଟମାସ ପାଳନ କରୁଥିବା ଦେଖିବାକୁ ମିଳିଛି। ଏହି ଅବସରରେ ସେ ତାଙ୍କ ଝିଅ ରାହାକୁ ମଧ୍ୟ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆଣିଛନ୍ତି। ତେବେ ରଣବୀରଙ୍କ ଖ୍ରୀଷ୍ଟମାସ ପାଳନ ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ୍‌ ହେଉଛି, ଯାହାକୁ ନେଇ ଅଡ଼ୁଆରେ ଫସିଛନ୍ତି ଅଭିନେତା। ଏହି ଭିଡିଓକୁ ନେଇ ରଣବୀରଙ୍କ ବିରୋଧରେ ଏବେ ଥାନାରେ ଏତଲା ଦାୟର ହୋଇଛି।

ଭାଇରାଲ୍‌ ଭିଡିଓରେ ରଣବୀର କେକ୍‌ ଉପରେ ମଦ ଢାଳି ସେଥିରେ ନିଆଁ ଲଗାଉଛନ୍ତି ଏବଂ ସେହି ସମୟରେ ବଡ଼ ପାଟିରେ ଜୟ ମାତା ଦୀ କହୁଛନ୍ତି। ଅଭିନେତାଙ୍କ ଏଭଳି କାର୍ଯ୍ୟକଳାପ ଲୋକଙ୍କୁ ଆଦୌ ପସନ୍ଦ ଆସିନାହିଁ। ଏହାକୁ ନେଇ ରଣବୀରଙ୍କ ବିରୋଧରେ ଧାର୍ମିକ ଭାବନାକୁ କୁଠାରଘାତ କରିଥିବା ଅଭିଯୋଗ ହୋଇଛି। ଏଥିସହ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଖୁବ୍‌ ସମାଲୋଚନା ମଧ୍ୟ କରାଯାଉଛି।

- Advertisement -


ବଲିଉଡ ଅଭିନେତାଙ୍କ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏ ସମ୍ପର୍କରେ ବୁଧବାର ମୁମ୍ବଇର ଏକ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ତେବେ ଏ ସଂକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା କୌଣସି ଏତଲା ଦାୟର ହୋଇ ନଥିବା ଜଣାପଡ଼ିଛି।

ନିଜ ଓକିଲ ଆଶିଷ ରାୟ ଏବଂ ପଙ୍କଜ ମିଶ୍ରଙ୍କ ମାଧ୍ୟମରେ ଘାଟକୋପର ଥାନାରେ ଅଭିଯୋଗ ଦାଖଲ କରିଥିବା ସଞ୍ଜୟ ତିୱାରୀ ଦାବି କରିଛନ୍ତି ଯେ, ଭିଡିଓରେ ଅଭିନେତା ଜୟ ମାତା ଦୀ କହି କେକ୍ ଉପରେ ମଦ ଢାଳି ସେଥିରେ ନିଆଁ ଲଗାଉଥିବା ଦେଖିବାକୁ ମିଳିଛି। ଅଭିଯୋଗରେ କୁହାଯାଇଛି ଯେ, ହିନ୍ଦୁ ଧର୍ମରେ ଅନ୍ୟ ଦେବତାଙ୍କ ଆବାହନ କରିବା ପୂର୍ବରୁ ଅଗ୍ନି ଦେବତାଙ୍କୁ ଆବାହନ କରାଯାଇଥାଏ, କିନ୍ତୁ କପୁର ଓ ତାଙ୍କ ପରିବାର ସଦସ୍ୟ ଅନ୍ୟ ଧର୍ମର ପର୍ବ ପାଳନ ସମୟରେ ଜାଣି ଶୁଣି ନିଶା ଦ୍ରବ୍ୟର ବ୍ୟବହାର କରିଛନ୍ତି ଓ ଜୟ ମାତା ଦୀ ନାରା ଲଗାଇଛନ୍ତି। ଏହାଦ୍ବାରା ଅଭିଯୋଗକାରୀଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚଥିବା ଅଭିଯୋଗ ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories