www.samajalive.in
Thursday, December 11, 2025
18.1 C
Bhubaneswar

ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀ ମୃତ୍ୟୁ ଘଟଣା; ବିଜେପି ମହିଳା ମୋର୍ଚ୍ଚାର ରାସ୍ତାରୋକ

ରାୟଗଡା: ରାୟଗଡା ଜିଲା ଚନ୍ଦ୍ରପୁରରେ ଏକ ଏନଜିଓରେ କାମ କରୁଥିବା ମୃତ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଗୁରୁବାର ରାୟଗଡାରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୬ ଘଣ୍ଟିଆ ରାସ୍ତାରୋକ କରାଯାଇଛି । ଲକ୍ଷ୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ସପ୍ତାହେ ବିତିଲାଣି । ହେଲେ ଏପର୍ଯ୍ୟନ୍ତ ବ୍ୟବଚ୍ଛେଦ ରିପୋର୍ଟ ଦିଆଯାଉନାହିଁ କି ଦୋଷୀକୁ ଗିରଫ କରାଯାଇନାହିଁ । ଏହି ଘଟଣାକୁ ଚପାଇ ଦେବା ପାଇଁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଉଦ୍ୟମ କରୁଥିବା ଅଭିଯୋଗରେ ବିଜେପି ଆନ୍ଦୋଳନ କରିଛି ।

ସକାଳ ୭ ଟାରୁ ଅପରାହ୍ନ ୧ଘଣ୍ଟା ପର୍ଯ୍ୟନ୍ତ ଜିଲାରେ ରାସ୍ତାରୋକ କରାଯାଇଛି । ଜିଲାର ଚନ୍ଦ୍ରପୁର, କାଶୀପୁର, ଗୁଣପୁର, ବିଷମକଟକ, ରାୟଗଡାରେ ରାସ୍ତାରୋକ କରାଯାଇଛି । ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ.ଐଶ୍ବର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ସ୍ଥାନୀୟ କପିଳାସ ଛକରେ ବିଜେପି କର୍ମୀମାନେ ୩୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା । ରାୟଗଡା ଜିଲା ବିଜେପି ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବି. ଲକ୍ଷ୍ମୀ, କେ. ଅଶ୍ୱିନୀ, ଭାନୁମତି ମୁଦୁଲି, ମଞ୍ଜୁଳା ମିନିୟାକା, ଅର୍ଚ୍ଚନା ବର୍ମା, ରଜତ ମାଦଳା, କାଳିରାମ ମାଝୀ, ବସନ୍ତ କୁମାର ଉଲାକା, ପ୍ରତାପ ପୁଆଲାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଏଥିରେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର, ସଂଯୋଜିକା ତଥା ରାୟଗଡା ଜିଲା ପ୍ରଭାରୀ ଅରୁଣିମା ସାହୁ ଯୋଗ ଦେଇଥିଲେ ।

- Advertisement -

ଏଠାରେ ସୂଚନାଯୋଗ୍ୟ, ଗତ ୨୧ ତାରିଖ ରାତି ୯ଟା ବେଳେ ଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ମା’ଗୃହ ସମ୍ମୁଖ ରୋଷଇ ଘର ନିକଟରେ ଲକ୍ଷ୍ମୀ ମାଝୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଦେଖିବାକୁ ମିଳିଥିଲା । ଖବର ପାଇ ମୃତ ଲକ୍ଷ୍ମୀଙ୍କ ବାପା ବେଲଧର ମାଝୀ ନିଜ ଝିଅକୁ ହତ୍ୟା କରାଯାଇଥିବା ନେଇ ଚନ୍ଦ୍ରପୁର ଥାନାରେ ୨୨ ତାରିଖରେ ଏତଲା ଦେଇଥିଲେ । ଉକ୍ତ ଏତଲାରେ ଅଲିଶା ସ୍ବେଛାସେବୀ ସଂଗଠନର ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଯେ ସେ ହିଁ ତାଙ୍କ ଝିଅକୁ ପୋଡି ମାରିଦେଇଛନ୍ତି । ଗୋଟିଏ ସପ୍ତାହ ପରେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ଦିଆଯାଇନାହିଁ । ଷଡଯନ୍ତ୍ର କରି ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛି ବିଜେପି । ବିଜୁ ଜନତା ଦଳ ସରକାର ମାଆକୁ ସମ୍ମାନ ଦେବା କଥା କହୁଛନ୍ତି । କିନ୍ତୁ ଏହି ସରକାର ସମୟରେ ମହିଳା ଅସୁରକ୍ଷିତ। ଧର୍ଷଣ, ଗଣଦୁଷ୍କର୍ମ ବୃଦ୍ଧି ପାଇଛି । ଜିଲାରେ ଆଇନ ମନ୍ତ୍ରୀ ଥାଇ ମଧ୍ୟ ପୀଡିତ ପରିବାରଙ୍କୁ ନ୍ୟାୟ ମିଳିପାରି ନାହିଁ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର ପ୍ରକାଶ ଅଭିଯୋଗ କରିଛନ୍ତି । ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ.ଐଶ୍ବର୍ଯ୍ୟା ବିଶ୍ୱାଳ ଚନ୍ଦ୍ରପୁରରେ ଲକ୍ଷ୍ମୀ ମାଝୀଙ୍କୁ କରାଯାଇଥିବା ବିଭତ୍ସ ହତ୍ୟାକାଣ୍ଡକୁ ନେଇ ପୁଲିସ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories