www.samajalive.in
Friday, December 12, 2025
27.1 C
Bhubaneswar

ଆମେରିକା ଓ ଚୀନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଖୋଲାଖୋଲି ସଂଘର୍ଷର ମୋଡ ନେବା ଅନୁଚିତ- ବାଇଡେନ

ୱାଶିଂଟନ/ବେଜିଂ: ବିଶ୍ୱର ଦୁଇ ମହାଶକ୍ତି ଚୀନ ଓ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ଭର୍ଚୁଆଲ ବୈଠକ ସୋମବାର ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅ।।ଲୋଚନାର ବିଷୟ ବସ୍ତୁ ଏବଂ ଏହାର ନିଷ୍କର୍ସ ଉପରେ ସାରା ବିଶ୍ୱର ନଜର ରହିଥିବାବେଳେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଜଣେ ପୁରୁଣା ବନ୍ଧୁ ବୋଲି କହିଛନ୍ତି । ଏଥିସହିତ ସେ ଆମେରିକାର ନୂଆ ରାଷ୍ଟ୍ରପତିଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ତାଇୱାନ, ଦକ୍ଷିଣ ଚୀନ ସାଗର, ବାଣିଜ୍ୟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ତୀବ୍ର ଉତ୍ତେଜନା ପରିପ୍ରେକ୍ଷୀରେ ଜିନପିଙ୍ଗ ବାଇଡେନଙ୍କୁ କହିଥିଲେ ଯେ ମାନବିକତା ଏକ ବୈଶ୍ୱିକ ଗ୍ରାମରେ ବଞ୍ଚିରହିଛି । ସେଥିପାଇଁ ରାଷ୍ଟ୍ରଗୁଡିକ ସମ୍ମିଳିତ ଭାବରେ ଆହ୍ୱାନର ସାମନା କରିବା ଉଚିତ । ଏହି ଅବସରରେ ବାଇଡେନ ତାଙ୍କର ଚୀନ ପ୍ରତିପକ୍ଷ ଜିନପିଙ୍ଗଙ୍କୁ କହିଥିଲେ, ୱାଶିଂଟନ ଓ ବେଜିଂ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରଖିବା ଉଭୟଙ୍କର ଦାୟିତ୍ୱ ଏବଂ ଦୁଇ ରାଷ୍ଟ୍ର ଖୋଲାଖୋଲି ସଂଘର୍ଷରେ ଲିପ୍ତ ନହେବା ଆବଶ୍ୟକ ।
ବୈଠକରେ ବାଇଡେନ କହିଥିଲେ, ସେ ଓ ଜିନପିଙ୍ଗଙ୍କର ଦାୟିତ୍ୱ ହେଉଛି ସେମାନଙ୍କର ଦୁଇଦେଶ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଯେଭଳି ଲଢେଇର ମୋଡ ନନିଏ, ତାହା ସୁନିଶ୍ଚିତ କରିବା । ସେହି ଲଢେଇ ଇଛାକୃତ ଅଥବା ଅନିଛାକୃତ ହେଉ । ଏହି ଅବସରରେ ଜିନପିଙ୍ଗ କହିଥିଲେ ଯେ ଦୁଇଦେଶ ମଧ୍ୟରେ ବର୍ଦ୍ଧିତ ଯୋଗାଯୋଗ ଓ ସହଯୋଗ ରକ୍ଷାର ଆବଶ୍ୟକତା ରହିଛି । ବୈଠକରେ ଉଭୟ ବାଇଡେନ ଏବଂ ଜିନପିଙ୍ଗ ସେମାନଙ୍କର ଭବିଷ୍ୟତ ପାଇଁ ଚିନ୍ତାଜନକ ହୋଇଥିବା ଏବଂ ସାଧାରଣ ଚିନ୍ତାଜନକ ପ୍ରସଙ୍ଗ ସମ୍ବଳିତ ରଣକୌଶଳାତ୍ମକ ବିଷୟଗୁଡିକ ଉପରେ ମତ ବିନିମୟ କରିଥିଲେ । ଚୀନ ଓ ଆମେରିକା ପରସ୍ପରକୁ ସମ୍ମାନ ଦିଅନ୍ତି, ଶାନ୍ତିପୂର୍ଣ୍ଣ ଭାବରେ ସହାବସ୍ଥାନ କରୁଛନ୍ତି ଏବଂ ପରସ୍ପରର ଫାଇଦା ନିମନ୍ତେ ସହଯୋଗ କରନ୍ତି ବୋଲି ଜିନପିଙ୍ଗ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ କହିଥିଲେ । ଏଥିସହିତ ସହମତି ସୃଷ୍ଟି, ସକାରାତ୍ମକ ପଦକ୍ଷେପ ନେବା ଏବଂ ଚୀନ-ଆମେରିକା ସମ୍ପର୍କ ଏକ ସକାରାତ୍ମକ ଦିଗରେ ଆଗେଇନେବାକୁ ସେ ବାଇଡେନଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ଜିନପିଙ୍ଗ କହିଥିଲେ ।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories