www.samajalive.in
Saturday, December 13, 2025
21.1 C
Bhubaneswar

କମ୍ୟୁନିଟି ମୋବିଲାଇଜରଙ୍କ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକର କମ୍ୟୁନିଟି ମୋବିଲାଇଜର ସଂଘର ସଭାପତି ଗୁରୁବାରୁ ପରାଭୋଇଙ୍କ ନେତୃତ୍ୱରେ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର କମ୍ୟୁନିଟି ମୋବିଲାଇଜର ମାନେ ମିଳିତ ହୋଇ ଥୁଆମୁଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭକାନ୍ତ ନାୟକଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।ବିଭିନ୍ନ ଦାବି ଗୁଡ଼ିକ ମଧ୍ୟରେ କମ୍ୟୁନିଟି ମୋବିଲାଇଜର ମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉ। ଏନଜିଓମାନଙ୍କ ଦ୍ଵାରା ନିୟୋଜିତ ହୋଇ ପଞ୍ଚାୟତ ସ୍ତରରେ ମନରେଗା ଯୋଜନାରେ ଶ୍ରମିକ ସଂଖ୍ୟା ବୃଦ୍ଧି ସହ ଆର୍ଥିକ ଓ ସାମାଜିକ ତଥା ସରକାରଙ୍କ ସମସ୍ତ ନିର୍ଦେଶ ଅନୁଯାୟୀ କାମକରି ଆସୁଥିଲେ। ତେବେ ଏ ପର୍ଯ୍ୟନ୍ତ କମ୍ୟୁନିଟି ମୋବିଲାଇଜର ମାନଙ୍କୁ ବହିଷ୍କୃତ ପାଇଁ କୈାଣସି ଆଦେଶ କିମ୍ବା ସୂଚନା ନଦେଇ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ଓଡ଼ିଶା ସରକାରଙ୍କ ପତ୍ର ଅନୁଯାୟୀ ମିଶନ ଶକ୍ତି ଅଧିନରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟରୁ କମ୍ୟୁନିଟି ମୋବିଲାଇଜର ଚୟନ ପାଇଁ ଚିଠି କରିଛନ୍ତି ।

ସରକାରଙ୍କ ଏପରି ନିଷ୍ପତ୍ତି ଦ୍ଵାରା ଆମେ ମାନେ ବେକାରୀ ହେବା ସହ ସାମାଜିକ ସ୍ତରରେ ମାନହାନି ଓ ଆମ ପରିବାରର ଭରଣ ପୋଷଣରେ ବ୍ୟାଘାତ ସୃଷ୍ଟି ହୋଇଛି ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଯେଉଁ ଦାଦନ ଶ୍ରମିକଙ୍କୁ ଅଟକାଇ ମନରେଗା ଯୋଜନାରେ ନିୟୋଜିତ କରାଇବାର ଦାୟିତ୍ୱ ନେଇଥିଲୁ କିନ୍ତୁ ବର୍ତମାନ ଆମ ମାନଙ୍କ ପାଇଁ ଦାଦନ ଯିବା ସମୟ ଆସିଯାଇଛି ବୋଲି କହିଛନ୍ତି। ତେବେ ବିଚାର କରି ପୁନଃ ନିଯୁକ୍ତି ଦେବା ପାଇଁ ପ୍ରଶାସନକୁ ଦାବିପତ୍ର ମାଧ୍ୟମରେ ଗୁହାରି କରିଛନ୍ତି। ସଂଘର ସମ୍ପାଦକ ଦେବେନ୍ଦ୍ର ନାଏକ, କିରଣ ମାଝୀ, ବନମାଳୀ ରାଉତ, ସଞ୍ଜୀବ କୁମାର ମାଝୀ, ସନ୍ତୋଷ କୁମାର ମାଝୀ, ଯୋଗେଶ୍ବର ମାଝୀ, ଅଭିମନ୍ୟୁ ରାଉତ ଓ କିଶୋର ସିଂହ ମାଝୀ ପ୍ରମୁଖ ଦାବିପତ୍ର ଦେବା ସମୟରେ ଉପସ୍ଥିତ ରହିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories