www.samajalive.in
Monday, December 8, 2025
24.1 C
Bhubaneswar

ରଙ୍ଗ , ପୋଷାକ ଓ ଶୁଭଫଳ

ବାସ୍ତୁଶାସ୍ତ୍ରରେ ଯେମିତି ଦିଗ ପ୍ରତି ଅନେକ ମହତ୍ତ୍ୱ ରହିଛି, ସେହିପରି ରଙ୍ଗର ମଧ୍ୟ ନିଜର ମହତ୍ତ୍ୱ ରହିଥାଏ। ଏମିତିରେ ଯଦି ନିର୍ଦ୍ଦିଷ୍ଟ ରଙ୍ଗର ପୋଷାକ ପିନ୍ଧିବା ତେବେ ଭାଗ୍ୟ ବଦଳିବାର ସମ୍ଭାବନା ରହିଥାଏ। ବିଶେଷ ବାର ମାନଙ୍କରେ ବିଶେଷ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ସୁଖ ଓ ସମୃଦ୍ଧି ମିଳିବା ସହ ସମସ୍ତ କାମରେ ସଫଳତା ମିଳିଥାଏ। ଆସନ୍ତୁ ଜାଣିବା ବାର ଅନୁସାରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ……….
ସୋମବାର: ସୋମବାର ଦିନକୁ ଭଗବାନ ଶିବଙ୍କ ବାର ବୋଲି କୁହାଯାଇଛି। ତେଣୁ ଏହି ଦିନ ଧଳା କିମ୍ବା ଧୂସର ରଙ୍ଗର ପୋଷାକ ପିନ୍ଧିବା ଉଚିତ। ଏହା ପିନ୍ଧିବା ଦ୍ୱାରା ଅନେକ ଅସୁବିଧା ଦୂର ହୋଇଥାଏ।
ମଙ୍ଗଳବାର: ମଙ୍ଗଳବାର ଦିନ ହନୁମାନଙ୍କ ବାର ବୋଲି କୁହାଯାଏ। ତେଣୁ ଏହି ଦିନ କମଳା ରଙ୍ଗର ପୋଷାକ ପିନ୍ଧନ୍ତୁ। ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ।
ବୁଧୁବାର: ବୁଧୁବାର ଦିନକୁ ଗଣେଶ ଭଗବାନଙ୍କୁ ସମର୍ପିତ କରାଯାଇଛି। ଭଗବାନ ଗଣେଶଙ୍କୁ ଘାସ ଭଲ ଲାଗିଥାଏ। ତେଣୁ ଏହିଦିନ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ।
ଗୁରୁବାର: ଗୁରୁବାର ଦିନ ବିଷ୍ଣୁ ଓ ବୃହସ୍ପତିଙ୍କ ଦିନ ଅଟେ। ତେଣୁ ଏହିଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ବୃହସ୍ପତିଙ୍କ ସୁଦୃଷ୍ଟି ପଡିଥାଏ।
ଶୁକ୍ରବାର: ଶୁକ୍ରବାର ଦିନକୁ ଦେବୀ ମା’ ଙ୍କ ଦିନ ବୋଲି କୁହାଯାଏ। ତେଣୁ ଏହି ଦିନ ଲାଲ ରଙ୍ଗର ପୋଷାକ ପିନ୍ଧିବା ଉଚିତ। ଏପରି କରିବା ଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ।
ଶନିବାର: ଏହିଦିନ ଶନି ଦେବତାଙ୍କ ପ୍ରିୟ ଦିନ ଅଟେ। ଶନିବାର ଦିନ କଳା ରଙ୍ଗର କପଡ଼ା ପିନ୍ଧିବା ଅତ୍ୟନ୍ତ ଶୁଭ ଅଟେ। ଏହାଦ୍ୱାରା ଦିନଟି ଭଲ ରହିଥାଏ।
ରବିବାର: ରବିବାର ଦିନ ସୂର୍ୟ୍ୟଙ୍କୁ ପୂଜା କରିବାର ବିଧି ରହିଛି। ତେଣୁ ସୂର୍ୟ୍ୟଙ୍କ ରଙ୍ଗ ଅନୁଯାୟୀ ରବିବାର ଦିନ ସୁନେଲୀ କିମ୍ବା କୌଣସି ଆକର୍ଷଣୀୟ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍‍। ଏପରି କରିବା ଦ୍ୱାରା ଦିନଟି ଖୁବ୍‍ ଭଲ ରହିଥାଏ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories