www.samajalive.in
Saturday, December 6, 2025
19.1 C
Bhubaneswar

ନିର୍ବାଚନ ପରିଚାଳନା ସମ୍ପର୍କରେ ଜିଲାପାଳଙ୍କ ସୂଚନା; ସମସ୍ତ ୩୭ ଅଭିଯୋଗର ତ୍ୱରିତ ସମାଧାନ

କେନ୍ଦୁଝରଗଡ଼: ଭାରତ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ଅନୁଯାୟୀ କେନ୍ଦୁଝର ଲୋକସଭା ଆସନ ସମେତ ଜିଲାର ୬ ବିଧାନସଭା କ୍ଷେତ୍ର ଏବଂ ଏହି ସଂସଦୀୟକ୍ଷେତ୍ର ଅନ୍ତର୍ଭୁକ୍ତ ମୟୁରଭଞ୍ଜ ଜିଲାର କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ଚଳିତମାସ ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ମଇ ୬ ତାରିଖ ପର୍ଯ୍ୟନ୍ତ ଦାଖଲ କରିପାରିବେ ଏବଂ ୯ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ମଇ ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇ ଜୁନ ୪ ତାରିଖରେ ଫଳାଫଳ ଘୋଷଣା ହେବ। ଏ ସମ୍ପର୍କରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ମିନିକନଫରେନ୍ସ ହଲଠାରେ ଶୁକ୍ରବାର ମଧ୍ୟାହ୍ନରେ ଜିଲାପାଳ ବିଶାଲ ସିଂହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜିଲାର ନିର୍ବାଚନ ପରିଚାଳନା ନିମନ୍ତେ ପ୍ରଶାସନିକସ୍ତରରେ ଚାଲିଥିବା ପ୍ରସ୍ତୁତି ସମ୍ବନ୍ଧରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି। ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଜିଲାସ୍ତରରେ ପୁଲିସ, ଅବକାରୀ, ବନ ଏବଂ ସିଟି ଓ ଜିଏସଟି ବିଭାଗ ଅଧିକାରୀଙ୍କୁ ନେଇ ବିଭିନ୍ନ ସ୍କ୍ୱାଡ୍‌ ଗଠନ କରାଯାଇ ଖିଲାପକାରୀଙ୍କୁ ଧରିବା ଲାଗି ଜୋରସୋର ଧରପଗଡ଼ ଚାଲୁ ରହିଛି। ଇଭିଏମ ଓ ଭିଭିପାଟର ପ୍ରଥମ ରାଣ୍ଡମ ମାଇଜେସନ ଚଳିତମାସ ୮ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାରହଲରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ସମ୍ପାଦିତ କରାଯାଇ ରିଟର୍ଣ୍ଣିଙ୍ଗ ଅଫିସରଙ୍କ ଅଧୀନ ଷ୍ଟ୍ରଙ୍ଗ ରୁମକୁ ପ୍ରେରଣ କରାଯିବ। ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବୈଷୟିକ ଜ୍ଞାନକୌଶଳ ଉପଯୋଗର ମାଧ୍ୟମ ସାଜିଥିବା ସି-ଭିଜିଲ ଆପ୍ଲିକେସନ ମାଧ୍ୟମରେ ଏଯାବତ ପ୍ରାପ୍ତ ହୋଇଥିବା ସମସ୍ତ ୩୭ଟି ଅଭିଯୋଗର ତ୍ୱରିତ ସମାଧାନ ମଧ୍ୟ କରାଯାଇଥିବା ଜିଲାପାଳ ସୂଚନା ପ୍ରଦାନ କରିଛନ୍ତି। ଜିଲାର ୬ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୭୯ଟି ଗମ୍ଭୀର/ସମ୍ବେଦନଶୀଳ ମତଦାନକେନ୍ଦ୍ରକୁ ଚିହ୍ନଟ କରାଯାଇ ଆବଶ୍ରକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ଷ୍ଟ୍ରଙ୍ଗ ରୁମ୍‌ ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। ଜିଲାରେ ନିର୍ବାଚନ ସୁପରିଚାଳନା ନିମନ୍ତେ ସୁବିଧା ସେଲ, ଜିଲା ଯୋଗାଯୋଗ କେନ୍ଦ୍ର, ଆଦର୍ଶ ଆଚରଣ ବିଧି କକ୍ଷ, ମିଡ଼ିଆ ସାର୍ଟିଫିକେସନ ଆଣ୍ଡ ମନିଟରିଂ କମିଟି ଓ ସମନ୍ୱିତ ପରିଚାଳନା ଗୃହ ଆଦି କାର୍ଯ୍ୟ କରୁଥିବା ଜିଲାପାଳ କହିଚନ୍ତି। ଯେଉଁ ଭୋଟରଙ୍କ ପାଖରେ ନିଜର ଭୋଟ ପରିଚୟପତ୍ର ନାହିଁ ସେମାନେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅନୁମୋଦିତ ଆଧାର, ପ୍ୟାନ, ଡ୍ରାଇଭିଂ ଲାଇସେନ୍ସ ଆଦି ଏଭଳି ୧୨ଟି ପରିଚୟପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇ ପାରିବେ। ଭୋଟରମାନଙ୍କ ମଧ୍ୟରେ ମତାଧିକାର ସାବ୍ୟସ୍ତ କରିବା ଲାଗି ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟପନ୍ଥା ସମ୍ପର୍କରେ ଜିଲାପାଳ ଶ୍ରୀ ସିଂହ ସୂଚନା ଦେଇଥିଲେ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଭୋଟର, ନିର୍ବାଚନ ପରିଚାଳନା ନିମନ୍ତେ ନିୟୋଜିତ କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜିଲାପାଳ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଏବଂ ଡେପୁଟି କଲେକ୍ଟର(ନିର୍ବାଚନ) ବିକାଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories