www.samajalive.in
Sunday, December 14, 2025
23.1 C
Bhubaneswar

ନିର୍ମାଣ ଶେଷ ପୂର୍ବରୁ ଭାଙ୍ଗିଲା କାଓକ୍ୟାଚର୍‌

ବ୍ରହ୍ମପୁର: ବ୍ରହ୍ମପୁର ସିଟି ବସ୍‌ଷ୍ଟାଣ୍ଡ ବା ନୂଆବସ୍‌ଷ୍ଟାଣ୍ଡର ମରାମତି ଏବଂ ଉନ୍ନତିକରଣ କାର୍ଯ୍ୟ ପ୍ରାୟ ଏକ ବର୍ଷ ବିଳମ୍ବରେ ଚାଲିଛି । ଏହାକୁ ନେଇ କେବଳ ବସ୍‌ ମାଲିକ ନୁହଁ, ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି । ତେବେ ଏହି ନିର୍ମାଣ କାର୍ଯ୍ୟର ମାନକୁ ନେଇ ପ୍ରଶ୍ନ ଉଠିଛି । କାରଣ କାମ ଶେଷ ହେବା ପୂର୍ବରୁ ଗୋଟିଏ ପରେ ଗୋଟିଏ ଅଂଶ ନଷ୍ଟ ହେବାରେ ଲାଗିଛି । ପ୍ରସ୍ଥାନ ପଟରେ ଥିବା କାଓକ୍ୟାଚର୍‌ ନିର୍ମାଣର ମାତ୍ର କେଇଟା ମାସ ଭିତରେ ତାହା ଭାଙ୍ଗି ଗଲାଣି ।

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ବସ୍‌ଷ୍ଟାଣ୍ଡର ସବୁଆଡ଼େ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା । ଷ୍ଟାଣ୍ଡରେ ବର୍ଷା ପାଣି ଜମି ରହୁଥିଲା । ୨୦୧୯ ଅଗଷ୍ଟ ୨୮ ତାରିଖରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ବୈଠକରେ ଏହାର ମରାମତି ପାଇଁ ନିଷ୍ପତ୍ତି ନିଆଯାଇ ୭୨ଲକ୍ଷ ୪୭ ହଜାର ଟଙ୍କା‌ର କାର୍ୟ୍ୟାଦେଶ ପ୍ରଦାନ କରାଯାଇଥିଲା। ୧୦ ମାସ ଭିତରେ ମରାମତି ସାରିବାକୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥିଲା । ୨୦୧୯ ନଭେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା ମରାମତି କାର୍ଯ୍ୟ। ପ୍ରଥମେ ପୂର୍ବରୁ ଭାଙ୍ଗିରୁଜି ଯାଇଥିବା ପୁରୁଣା କାଓକ୍ୟାଚର୍‌କୁ ଖୋଳି ଦିଆଯାଇଥିଲା। ସେଠାରେ ନୂଆ କାଓକ୍ୟାଚର୍‌ ଲାଗିଥିଲା। ହେଲେ ବସ୍‌ଷ୍ଟାଣ୍ଡ ମରାମତି କାର୍ଯ୍ୟ ଚାଲିଥିବା ଯୋଗୁ ଏହାକୁ ବନ୍ଦ କରିଦିଆଯାଇଥିଲା। ଏହାର କିଛି ମାସ ପରେ କରୋନା ଯୋଗୁ ବସ୍‌ ଚଳାଚଳ ଉପରେ କଟକଣା ଜାରି ହୋଇଥିଲା। ବସ୍‌ଷ୍ଟାଣ୍ଡରୁ ବସ୍‌ ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। କରୋନା କଟକଣାରେ କିଛିଟା କୋହଳ ପରେ ବସ୍‌ ଚଳାଚଳ ଆରମ୍ଭ ହୋଇଥିଲା। କିନ୍ତୁ ଗତ ଅକ୍ଟୋବର ପରଠୁ ଧିରେ ଧିରେ ବସ୍‌ ଚଳାଚଳ ସ୍ବାଭାବିକ ହେବାରେ ଲାଗିଛି। ଯେତେଦିନ ଯାଏଁ ବସ୍‌ ବନ୍ଦ ରହିଥିଲା, କାଓକ୍ୟାଚର୍‌ ମଧ୍ୟ ଠିକ୍‌ ଥିଲା। ହେଲେ ବସ୍‌ ଚଳାଚଳ ସଂଖ୍ୟା ବଢ଼ିବା ପରେ କାଓ କ୍ୟାଚର୍‌ ଧିରେ ଧିରେ ନଷ୍ଟ ହେବାରେ ଲାଗିଛି। ଲୁହା ପାଇପ୍‌ଗୁଡ଼ିକ ଭାଙ୍ଗି ଗଲାଣି। ଅନେକ ପାଇପ୍‌ ଭାଙ୍ଗି ଉପରକୁ ଉଠିଯାଇଥିବା ଯୋଗୁ ବସ୍‌ଗୁଡ଼ିକୁ ବାଜୁଥିଲା । ପରିସ୍ଥିତି ଏମିତି ହେଲା, କାଓ କ୍ୟାଚର୍‌ ଉପରେ ଆଉ ବସ୍‌ ଚାଲିପାରିଲା ନାହିଁ । ଏଣୁ ଠିକା ସଂସ୍ଥା ତରଫରୁ ଏକ ପ୍ଲାଷ୍ଟିକ ଟାଙ୍କିରେ ବାଲି ଏବଂ ମାଟି ଭର୍ତ୍ତି କରାଯାଇଛି । ତାହାକୁ ଭଙ୍ଗା ସ୍ଥାନରେ ରଖିଦିଆଯାଇଛି। ରାସ୍ତା ଅଣଓସାରିଆ ହୋଇଯାଇଥିବା ଯୋଗୁ ବସ୍‌ଷ୍ଟାଣ୍ଡରୁ ବସ୍‌ ବାହାରିବାରେ ଅସୁବିଧା ହେଉଛି। ଅପରପକ୍ଷେ ଗୋଟିଏ ପଟେ ବସ୍‌ଷ୍ଟାଣ୍ଡର ମରାମତି କାର୍ୟ୍ୟ ଚାଲିଥିବା ବେଳେ ଅନ୍ୟପଟେ ଭାଙ୍ଗିଯାଉଥିବା ଯୋଗୁ ଏହାର ସ୍ଥାୟୀତ୍ବକୁ ନେଇ ଅନେକ ବସ୍‌ ମାଲିକ ପ୍ରଶ୍ନ ଉଠାଇଛନ୍ତି । ନିର୍ମାଣ କାର୍ୟ୍ୟ ଚାଲିଥିଲେ ମଧ୍ୟ ବିଡିଏର କୌଣସି ଅଧିକାରୀ ଉପସ୍ଥିତ ରହୁନାହାନ୍ତି। ଯାହା ଫଳରେ ଠିକା ସଂସ୍ଥା ମନଇଚ୍ଛା କାମ କରୁଛି । ତଦାରଖ ଦାୟିତ୍ବ ବିଡିଏର ହୋଇଥିଲେ ମଧ୍ୟ ଏଥିପ୍ରତି ଅବହେଳା କରାଯାଉଛି। ଫଳରେ ୭୨ ଲକ୍ଷରୁ ଅଧିକ ଟଙ୍କାର ଏହି କାର୍ଯ୍ୟର ମାନକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories