www.samajalive.in
Saturday, December 6, 2025
26.1 C
Bhubaneswar

ସିବିଆଇ ପଞ୍ଝାରେ ପୁଣି ପଶ୍ଚିମବଙ୍ଗ ନେତା; ଚାଲିଛି ଆଇନ୍‌ ମନ୍ତ୍ରୀଙ୍କ ଘରେ ଚଢ଼ାଉ

କୋଲକାତା: ପୁଣି ସିବିଆଇ ପଞ୍ଝାରେ ପଶ୍ଚିମବଙ୍ଗ ନେତା । ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ପରେ ପରେ ଏବେ ଆଇନ ମନ୍ତ୍ରୀଙ୍କ ଘରେ ଚଢ଼ାଉ କରୁଛି ସିବିଆଇ । ସୂଚନା ଅନୁଯାୟୀ ମମତା ସରକାରଙ୍କ ମନ୍ତ୍ରୀଙ୍କୁ ତଦନ୍ତକାରୀ ଟିମ୍‌ ସିବିଆଇ ସମନ କରିଛି । ଆସନ୍ତା ୧୪ ତାରିଖରେ ସିଆଇ ଅଫିସରେ ଆଇନ୍‌ ମନ୍ତ୍ରୀ ମଳୟ ଘଟକଙ୍କୁ ହାଜର ହେବାକୁ ନିର୍ଦେଶ ଦିଆଯାଇଛି । କୋଇଲା ଚୋରା ଚାଲାଣ ମାମଲାରେ ତାଙ୍କର ହାତ ରହିଛି କି ? ସେନେଇ ତାଙ୍କୁ ସିବିଆଇ ପଚରାଉଚରା କରିବ । ବର୍ତ୍ତମାନ ସିବଆଇର ଟିମ୍‌ ମଳୟ ଘଟକଙ୍କ ବାସଭବନରେ ଚଢ଼ାଉ କରୁଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଏହା ବ୍ୟତୀତ ସିବିଆଇ ଅଧିକାରୀମାନେ ମଧ୍ୟ କୋଲକାତାର ଚାରୋଟି ସ୍ଥାନରେ ପହଞ୍ଚିଛନ୍ତି ।

ଅବିକଳ ମଣିଷର ମୁହଁ ପରି ଦିଶୁଛି ମାଛର ମୁହିଁ; ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଭିଡିଓ

- Advertisement -

ସମସ୍ତ ୪ଟି ସ୍ଥାନରେ ଯାଞ୍ଚ କରାଯିବା ନେଇ ସୂଚନା ମିଳିଛି । କୁହାଯାଉଛି କି ସିବିଆଇ ପହଞ୍ଚିଥିବା ଏହି ୪ଟି ସ୍ଥାନରେ ମଳୟଙ୍କର କିଛି ସମ୍ପୃକ୍ତି ରହିଛି । ଏହାପୂର୍ବରୁ ସେପ୍ଟେମ୍ବର ୨ ତାରିଖରେ ଇଡି ପକ୍ଷରୁ ମଳୟ ଘଟକଙ୍କୁ ହାଜର ହେବାକୁ ନିର୍ଦେଶ ଦିଆଯାଇଥିଲା । ପରେ କୋଇଲା ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ତାଙ୍କୁ ସେପ୍ଟେମ୍ବର ୧୪ରେ ହାଜର ହେବାକୁ କୁହାଯାଇଛି ।

ସୂଚନା ଥାଉ କି, ଗତ କିଛିଦିନ ହେବ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବାସଭାବନ ସମେତ ବିଭିନ୍ନ ସ୍ଥାନରେ ଇଡି ଚଢ଼ାଉ କରିଥିବା ବେଳେ ତାଙ୍କୁ ଗିରଫ କରିଥିଲା । ଖାଲିସେତିକି ନୁହେଁ ତାଙ୍କର ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ ଇଡି ଗରିଫ କରିଛି । କାରଣ ଅର୍ପିତାଙ୍କ ଘରୁ ୫୦ କୋଟି ଟଙ୍କା ସହ ୫କିଲୋ ସୁନା ଜବତ ହୋଇଥିଲା ।  ଟଙ୍କାଗୁଡ଼ିକୁ ଗଣିବାକୁ ଇଡିକୁ ପ୍ରାୟ ୧୦ ଘଣ୍ଟା ଲଗିଯାଇଥିଲା । ଅର୍ପିତାଙ୍କ ଏକ ଫ୍ଲାଟରୁ ୨୧ କୋଟି ଟଙ୍କା ଜବତ କରାଯାଇଥିଲା । ଅର୍ପିତାଙ୍କ ୨ଟି ସ୍ଥାନରେ ରେଡ୍‍ ହୋଇଥିବା ବେଳେ ମୋଟ୍‍ ୫୦ କୋଟି ଟଙ୍କା ଜବତ ହୋଇଥିଲା ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories