ସମାଜ ଡିଜିଟାଲ ଡେସ୍କ: ଆଜି କଟକରେ ସିଏମସି କାଉନସିଲ ବୈଠକ ବସିଥିବା ବେଳେ ପ୍ରବଳ ଗଣ୍ଡଗୋଳ ହୋଇଛି । ବୈଠକରେ ଗ୍ଲାସ୍ ଭାଙ୍ଗିବା ସହ ମାଇକ ଉପାଡିଲେ, ଚେୟାର ଫିଙ୍ଗିଲେ କର୍ପୋରେଟର । ଅନ୍ୟ ଜଣେ କର୍ପୋରେଟର ଏହାକୁ ବିରୋଧ କରିବାରୁ ବିବାଦ ଆହୁରି ବଢିଲା । ୫୧ନମ୍ବର ୱାର୍ଡରେ ଜିମ୍ ଯନ୍ତ୍ରାଂଶ ଲାଗିବାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଗଣ୍ଡଗୋଳ ଏପରି ହୋଇଥିଲା ଯେ ଚେୟାର ଛାଡି ଗୃହରୁ ପଳାଇଥିଲେ ମେୟର ସୁବାଷ ସିଂହ ଓ କମିଶନର । ବୈଠକରେ ଅଚଳାବସ୍ଥା ଜାରି ହେବାରୁ ବୈଠକ ବନ୍ଦ ରହିଛି ।
Popular Categories



