ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ବନ୍ୟା ସ୍ଥିତିର ସମୀକ୍ଷା କରିବାକୁ ଆଜି ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଆଜି ଅପରାହ୍ନ ୩ଟାରେ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ପହଞ୍ଚିବାର କାର୍ଯ୍ୟକ ରହିଛି। ପ୍ରବଳ ବର୍ଷା ଯୋଗୁଁଁ ମାଲକାନଗିରି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେଠାରେ ହେବାକୁ ଥିବା ସମୀକ୍ଷା ବୈଠକ ଓ ବନ୍ୟା ପରିସ୍ଥିତିର ପ୍ରଶାସନ କିଭଳି ମୁକାବିଲା କରୁଛି ଏହାର ତଦାରଖ କରିବେ ମୁଖ୍ୟମନ୍ତ୍ରୀ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଯିବେ।

Comments are closed.