www.samajalive.in
Sunday, December 14, 2025
23.1 C
Bhubaneswar

ଆମେ ଏକ ନୂତନ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ଦୃଢ଼ନିଶ୍ଚୟ, ଯାହା ଲୋକମାନଙ୍କୁ ଆଶାଆକାଂକ୍ଷାକୁ ପୂରଣ କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଅବସରରେ ବକ୍ତବ୍ୟ ରଖି କହିଛନ୍ତି ଯେ ଦୂରଦୃଷ୍ଟି ଏବଂ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ସହିତ ଗତବର୍ଷ ଆମ ସରକାର ଅଭୂତପୂର୍ବ କୋଭିଡ୍‌-୧୯ ସମସ୍ୟାର ମୁକାବିଲା ପାଇଁ ଅନେକ ସକ୍ରିୟ ପଦକ୍ଷେପ ନେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଆବଶ୍ୟକୀୟ ହସ୍ତକ୍ଷେପ ଦ୍ୱାରା ଅର୍ଥନୀତିର ଦ୍ରୁତ ପୁନଃସ୍ଥାପନକୁ ସୁନିଶ୍ଚିତ କରିଛନ୍ତି । ଗତବର୍ଷ ୧.୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ସହିତ ଓଡ଼ିଶା ଏକ ପ୍ରମୁଖ ବିନିବେଶ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି ଏବଂ ଐତିହ୍ୟସ୍ଥଳୀର ବିକାଶ ଏବଂ ଲୋକସେବାରେ ରୂପାନ୍ତରଣ ପରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି । ଆମେ ଏକ ନୂତନ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ଦୃଢ଼ନିଶ୍ଚୟ, ଯାହା ଲୋକମାନଙ୍କୁ ଆଶାଆକାଂକ୍ଷାକୁ ପୂରଣ କରିବ ଏବଂ ସେମାନଙ୍କୁ ବୃହତ ସ୍ୱପ୍ନ ଦେଖିବା ସହ ସେମାନଙ୍କ ସାମର୍ଥ୍ୟର ପରିପ୍ରକାଶ ନିମନ୍ତେ ସୁଯୋଗ ଦେବ ।

 

- Advertisement -

ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଏହାର ବ୍ୟାପକ ପ୍ରସାରରେ ମାତୃଭାଷାର ବଳିଷ୍ଠ ଭୂମିକା ରହିଛି। ଆମ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ଦିଗରେ ଅତୁଳନୀୟ ଅବଦାନ ଥିବା ମହାପୁରୁଷମାନଙ୍କୁ ସ୍ମରଣ କରି ମାତୃଭାଷାକୁ କାଳଜୟୀ କରିବା ଦିଗରେ ଆମର ଉଦ୍ୟମକୁ ଆହୁରି ଦୃଢ଼ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଫେବୃଆରୀ ୨୦ ତାରିଖ ସୁଦ୍ଧା ୮୨ ପ୍ରତିଶତ ଟୀକାକରଣ ସଂପାଦନ କରି କୋଭିଡ୍‌-୧୯ ଟୀକା ପ୍ରଦାନକାରୀ ଶ୍ରେଷ୍ଠ ତିନିଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଟୀକାକରଣର ଗୁରୁତ୍ୱ ଓ ସଚେତନତାର ବାର୍ତ୍ତା ପ୍ରସାର କରିଥିବା ସମସ୍ତ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories