www.samajalive.in
Sunday, December 7, 2025
23.1 C
Bhubaneswar

ଜାନୁଆରୀ ପହିଲାରୁ ଇ-ମଷ୍ଟର ରୋଲ୍‌, ଖର୍ଚ୍ଚ ହେବ ୧୦କୋଟି

ଭୁବନେଶ୍ବର: ଜାନୁଆରୀ ପହିଲାରୁ ଇ-ମଷ୍ଟର ରୋଲ୍‌ ଆରମ୍ଭ ହେବ। ୨୦୨୧ ଜାନୁଆରୀ ପହିଲାରୁ ସବୁ ବିଭାଗରେ ଲାଗୁ ଇ-ମଷ୍ଟର ରୋଲ୍ କରାଯିବ। ପ୍ରଥମ ପର୍ଯ୍ୟାୟରେ ଜଳ ସମ୍ପଦ, ପୂର୍ତ୍ତ, ପଞ୍ଚାୟତିରାଜ, ଗ୍ରାମ୍ୟ ଓ ନିଗର ଉନ୍ନୟନ ବିଭାଗ କାର୍ଯ୍ୟକାରୀ ହେବ। ଅକ୍ଟୋବର ୨ରୁ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଥିବାବେଳେ ଇ-ମଷ୍ଟର ରୋଲ୍‌ ପ୍ରକଳ୍ପ ପାଇଁ ୧୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଇ-ମଷ୍ଟର ରୋଲ୍‌ ଲାଗୁ ହେଲେ ଶ୍ରମିକଙ୍କ ଆକାଉଣ୍ଟକୁ ସିଧା ଯିବ ଟଙ୍କା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଜୁରୀ ଇ-ପେମେଣ୍ଟ ସମୀକ୍ଷା ପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଏଣିକି ଶ୍ରମିକଙ୍କ ମଜୁରୀ ପାଇଁ ଇ-ମଷ୍ଟରରୋଲ ବାଧ୍ୟତାମୂଳକ। ଫଳରେ ପ୍ରଶାସନିକ କ୍ଷେତ୍ରରେ ସ୍ୱଚ୍ଛତା ଆସିବ ବୋଲି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି ରାଜ୍ୟ ସରକାର ଦର୍ଶାଇଥିବାବେଳେ ଏନେଇ ୫ଟି ଅଧୀନରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଇ-ମଷ୍ଟରରୋଲ ଦ୍ୱାରା ପ୍ରକଳ୍ପ କାର୍ଯ୍ୟକାରିତାରେ ଉତ୍ତରଦାୟୀତ୍ୱ ରହିବ ବୋଲି କୁହାଯାଇଛି।
୧୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପରେ ଇ-ମଷ୍ଟରରୋଲ କାର୍ଯ୍ୟକାରୀ କରାଯିବ। ୨୦୨୧ ଜାନୁଆରୀ ପହିଲାରୁ ସବୁ ବିଭାଗରେ ଲାଗୁ ହେବ ଏହି ଇ-ମଷ୍ଟରରୋଲ ବ୍ୟବସ୍ଥା । ଏହା ଦ୍ୱାରା ପ୍ରଶାସନିକ କ୍ଷେତ୍ରରେ ସ୍ୱସ୍ଥତା ଆସିବା ସହ ଜାଲିଆତି ଦୂର ହେବ ବୋଳି ଆଶା କରାଯାଉଛି । କାରଣ ଏହି ବ୍ୟବସ୍ଥା ଲାଗୁ ହେବା ପରେ ଶ୍ରମିକଙ୍କ ଖାତାକୁ ସିଧାସଳଖ ଭାବେ ସେମାନଙ୍କ ମଜୁରୀ ପଠାଯିବ ।
ଅପରପକ୍ଷରେ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ ଉପରେ ନଜର ରଖାଯିବ। ସମୟ ଅନୁଯାୟୀ ଇଏସ୍‌ଆଇ ଏବଂ ଇପିଏଫ୍‌ ଦାଖଲ ହେଉଛି କି ନାହିଁ ସେଥିନେଇ ମଧ୍ୟ ତଦାରଖ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ୫ ଟି ବିଭାଗରେ ଏହି ବ୍ୟବସ୍ଥା କରାଯିବ । ଅକ୍ଟୋବର ୨ରୁ ୫ଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଇ- ମଷ୍ଟରରୋଲ କାର୍ଯ୍ୟକାରୀ କରାଯିବ। ପୂର୍ତ୍ତ ବିଭାଗ, ଜଳସମ୍ପଦ ବିଭାଗ, ପଞ୍ଚାୟତିରାଜ ବିଭାଗ, ଗ୍ରାମ୍ୟ ଉନ୍ନୟନ ଓ ନଗର ଉନ୍ନୟନ ବିଭାଗ ପାଇଁ ଇ-ମଷ୍ଟରରୋଲ ହେବ ବୋଲି ସୂଚନା ଦିଆଯାଇଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories