www.samajalive.in
Sunday, December 14, 2025
26.1 C
Bhubaneswar

ଫନି ପ୍ରଭାବିତ ୧୪ଟି ଜିଲ୍ଲାରେ ଗୃହ ନିର୍ମାଣକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର

ଭୁୂୁବନେଶ୍ୱର : ରାଜ୍ୟର ବାତ୍ୟା ଫନି ପ୍ରଭାବିତ ୧୪ଟି ଜିଲ୍ଲାର ୭ଲକ୍ଷ ୮୭ ହଜାର ଗୃହ ନିର୍ମାଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି।
ସେ ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶାରେ ଫନି ପ୍ରଭାବିତ ୧୪ଟି ଜିଲ୍ଲାର ୭ଲକ୍ଷ ୮୭ ହଜାର ଘର ପାଇଁ ଚିହ୍ନଟ ପାଇଁ  ଜିଓ ଟ୍ୟାଗିଂ ଓ ଆଧାର ନମ୍ବରକୁ ସଂଯୋଗ କରାଯାଇଛି। ଏମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ସ୍ଥାୟୀ ପ୍ରତୀକ୍ଷା ସୂଚୀରେ ରଖିବା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ସ୍ବତନ୍ତ୍ର ଘର ପାଇଁ ଅନୁଦାନ ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହା ଦ୍ୱାରା ଫନି ପ୍ରଭାବିତ ଅଞ୍ଚଳର ପରିବାର ମାନଙ୍କୁ ଲାଭ ମିଳିବ ବୋଲି ସେ କହିଛନ୍ତି।

ସେହିପରି ଫନିରେ ପ୍ରଭାବିତ ହୋଇ ନ ଥିବା ବଳକା ୧୬ଟି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ସ୍ଥାୟୀ ପ୍ରତୀକ୍ଷା  ତାଲିକାରୁ ବାଦ ପଡ଼ିଥିବା ୧୬.୦୭ ଲକ୍ଷ ପରିବାରଙ୍କୁ ମଧ୍ୟ ରାଜ୍ୟ ସରକାର ଚିହ୍ନଟ କରିଛନ୍ତି। ସମସ୍ତଙ୍କ ପାଇଁ ସୁରକ୍ଷିତ ଘରର ଲକ୍ଷ୍ୟ ହାସଲ କରିବାକୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟକୁ ଆବାସ ପ୍ଲସ ମୋବାଇଲ ଆପର ୱିଣ୍ଡୋ ଖୋଲିବାକୁ ପରାମର୍ଶ ଦେବାକୁ ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ଓ ଏହାଦ୍ୱାରା ଏମାନଙ୍କର ଜିଓ ଟାଗିଂ ହୋଇ ପାରିବ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories