www.samajalive.in
Wednesday, December 10, 2025
16.1 C
Bhubaneswar

ଦେଶ ଆପଣଙ୍କ ହାତରେ ସୁରକ୍ଷିତ ଅଛି: ମୋଦୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଡେସ୍କ: ରାଜ୍ୟର ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ରାଜ୍ୟସ୍ଥରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଦେଶ ଆପଣଙ୍କ ହାତରେ ସୁରକ୍ଷିତ ଅଛି।

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ସମସ୍ତଙ୍କ ମନୋବଳ ବୃଦ୍ଧି କରିଛି ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ମୋଦୀଙ୍କ ନେତୃତ୍ୱରେ ଆମର ସେନାବାହିନୀ, ଆତଙ୍କବାଦୀ ଓ ସେମାନଙ୍କ ପୃଷ୍ଠପୋଷକଙ୍କୁ କଡା ଜବାବ ଦେଇଛନ୍ତି। ଅପରେସନ ସିନ୍ଦୁର ଅଭିଯାନ ସମ୍ପର୍କରେ ଶ୍ରୀ ମାଝୀ କହିଛନ୍ତି, ଅପରେସନ ସିନ୍ଦୁର ସହ ଏକ ନୂଆ ଭାରତ ଉଦୟ ହେଇଛି ଓ ନୂଆ ଭାରତ ନିଜ ଭାଗ୍ୟ ନିଜେ ଲେଖିବ।

- Advertisement -

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଅଭିଭାଷଣରେ କହିଥିଲେ –
– ଆଜି ସମଗ୍ର ଦେଶ କହୁଛି “ମୋଦୀ ହେ ତୋ, ଦେଶ ସୁରକ୍ଷିତ ହେ”।
– ମୋଦୀଙ୍କ ନେତୃତ୍ୱରେ ଦେଶ ବିକାଶର ନୂତନ ଶିଖର ଛୁଇଁଁଛି ଓ ଗତ ୧୧ ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ଉନ୍ନତି ଘଟିଛି।
– ଭାରତ ବିଶ୍ୱର ଚତୁର୍ଥ ସବୁଠୁ ବଡ଼ ଅର୍ଥନୀତି ହୋଇଛି ଏବଂ ଖୁବ ଶୀଘ୍ର ୫ ଟ୍ରିଲିଅନ୍ ଡଲାର ଅର୍ଥନୀତି ହେବାକୁ ଯାଉଛି।
– ଦେଶରେ ଦାରିଦ୍ର୍ୟ ହାର ୨୭.୧% ରୁ ୫.୩%କୁ ହ୍ରାସ ପାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories