www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଶାସନ ଭାଙ୍ଗିଲା ତାଲା, ଦେଢ଼ ବର୍ଷ ପରେ ଖୋଲିଲା ଅଙ୍ଗନବାଡି କେନ୍ଦ୍ର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡା ପଞ୍ଚାୟତ ବାଲିବନ୍ଧ ଅଙ୍ଗନବାଡି କେନ୍ଦ୍ର ଦେଢ଼ ବର୍ଷ ଗ୍ରାମବାସୀଙ୍କ ଦ୍ଵାରା ତାଲା ପଡି ରହିଥିବା ଯୋଗୁଁ ଅଙ୍ଗନବାଡି ପରିଚାଳନା ବାଧାପ୍ରାପ୍ତ ହେଉଥିଲା। ସୁକାନ୍ତି ନାଏକ ନାମ୍ନୀ ଜଣେ ବାହାର ଗ୍ରାମର ମହିଳାଙ୍କୁ ନିଯୁକ୍ତିକୁ ବିରୋଧ କରି ଗ୍ରାମବାସୀ କେନ୍ଦ୍ରକୁ ତାଲା ମାରି ରଖିଥିଲେ। କଥା ଉପର ସ୍ତରକୁ ଯିବା ପରେ ଆଜି ପ୍ରଶାସନ ପକ୍ଷରୁ ପୁଲିସ ଉପସ୍ଥିତିରେ ତାଲା ଭଙ୍ଗା ଯାଇ ଅଙ୍ଗନବାଡି ସହାୟିକାଙ୍କୁ ଏହାକୁ ପରିଷ୍କାର ପରିଛନ୍ନ ଓ ପରିଚାଳନା ପାଇଁ କୁହାଯାଇଛି। ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ,ସାହାରପଡା ତହସିଲଦାର ଲୀଳାବତୀ ନାଏକ, ପାଟଣା ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, ସିଡିପିଓ କଳ୍ପନା ଦୋରା, ପ୍ରମୁଖଙ୍କ ଉପସ୍ଥିତିରେ ପାଟଣା ଥାନାଧିକାରୀ ମାନସ ରଞ୍ଜନ ମହାକୁଳ ଓ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ବାଲିବନ୍ଧ ଅଙ୍ଗନବାଡି କେନ୍ଦ୍ରରୁ ତାଲା ଭଙ୍ଗା ଯାଇଛି।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories