www.samajalive.in
Friday, December 12, 2025
23.1 C
Bhubaneswar

କଳାକାର ସହାୟତା ଯୋଜନା ପାଇଁ ବ୍ଲକ ସ୍ତରୀୟ ସାମର୍ଥ୍ୟ ପରୀକ୍ଷା

ବୌଦ୍ଧ : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ବୌଦ୍ଧ ବ୍ଲକ ସ୍ତରୀୟ ସାମର୍ଥ୍ୟ ପରୀକ୍ଷା ହୋଇଛି । ଏହି ଚୟନ ପରୀକ୍ଷା ରେ ବି.ଡି.ଓ, ଦେବୀ ପ୍ରସାଦ ଦାଶ ଅଧ୍ୟକ୍ଷତା କରିଥିଲେ । ଏଥିରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ ସାହୁ, ନାଟ୍ୟ ନିର୍ଦ୍ଦେଶକ ଦେବାଙ୍ଗନ ମେହେର, ଉପ-ସଭାପତି, ବ୍ଲକ କଳା ସାଂସ୍କୃତିକ ସଂଘ, ବୌଦ୍ଧ ସ୍ୱାଧୀନ କୁମାର ପରିଡା, ପି. ଏ. ରଂଜିତ ମହାନ୍ତି, ସେକ୍ସନ ଅଫିସର ନିରଞ୍ଜନ ପାଢ଼ୀ, ସିନିଅର ଆସିଷ୍ଟାଣ୍ଟ ଦେବାଶିଷ ଦ୍ୱାରି, ଏ.ବି.ଡି.ଓ ଓ ପ୍ରମୋଦ କୁମାର ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ କ୍ଷ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ କଳା ସାଂସ୍କୃତିକ ସଙ୍ଘ, ହରଭଙ୍ଗା ବ୍ଲକ, ବାଞ୍ଛାନିଧି ପ୍ରଧାନ, ଉପଦେଷ୍ଟକ୍ଷ ହରେନ୍ଦ୍ର ତରିଆ, କୀର୍ତ୍ତନ ଗୁରୁ ରଜନୀକାନ୍ତ ସାହୁ ଏବଂ ବୌଦ୍ଧ ବ୍ଲକ ର କର୍ମଚାରୀ ମାନେ ଏହି କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ । ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସମସ୍ତଙ୍କୁ ସ୍ୱାଗତ କରି ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ କାର୍ୟ୍ୟକ୍ରମ ଶେଷରେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ବିରଞ୍ଚି ନାରାୟଣ ଧରୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥି ପାଇଁ ୨୨୮ ଜଣ କଳାକାର ଭତ୍ତା ପାଇଁ ଆବେଦନ କରିଥିଲେ । ୨୦୪ ଜଣ କଳାକାର ଏଥିରେ ଯୋଗଦେଇ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିଥିଲେ ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories