www.samajalive.in
Saturday, December 6, 2025
26.1 C
Bhubaneswar

ଉପରାଜ୍ୟପାଳଙ୍କ ନିର୍ଦେଶକୁ ଦିଲ୍ଲୀ ସରକାରଙ୍କ ବିରୋଧ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମିତମାନେ ୫ଦିନ କ୍ବାରେଣ୍ଟାଇନ ସେଣ୍ଟରରେ ରହିବା ବାଧ୍ୟତାମୂଳକ ବୋଲି ଉପରାଜ୍ୟପାଳ ଅନିଲ ବୈଜଲ ଦେଇଥିବା ନିର୍ଦେଶକୁ ଦିଲ୍ଲୀ ସରକାର ବିରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି, କରୋନା ମୁକାବିଲା ଲାଗି ପୂର୍ବରୁ ସ୍ବାସ୍ଥ୍ୟକର୍ମୀଙ୍କ ଅଭାବ ରହିଛି। ଏପରି ସ୍ଥିତିରେ କ୍ବାରେଣ୍ଟାଇନ ସେଣ୍ଟରରେ ହଜାର ହଜାର ରୋଗୀଙ୍କ ପାଇଁ ଡାକ୍ତର, ନର୍ସଙ୍କୁ ନିଯୁକ୍ତ କରିବା କିପରି ସମ୍ଭବ ହେବ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। ଯେତେବେଳେ ଇଣ୍ଡିଆନ କାଉନ୍‌ସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ଦେଶବ୍ୟାପୀ କମ୍‌ ଲକ୍ଷଣ ଥିବା ରୋଗୀଙ୍କୁ ହୋମ୍‌ ଆଇସୋଲେଶନରେ ରହିବା ପାଇଁ ଅନୁମତି ଦେଇଛନ୍ତି, ସେତେବେଳେ ଦିଲ୍ଲୀରେ କାହିଁକି ଭିନ୍ନ ନିୟମ ଲାଗୁ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ଶନିବାର ସୁଦ୍ଧା ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩ ହଜାର ୧୧୬କୁ ବୃଦ୍ଧି ପାଇଥିବାବେଳେ ୨୦୩୫ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୩ ହଜାର ୧୩୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬୬ ଜଣଙ୍କ ମୃତ୍ୟୁ ଘଟିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories