www.samajalive.in
Friday, December 5, 2025
26.1 C
Bhubaneswar

୧୨ରୁ ୧୮ ବର୍ଷଙ୍କ ପାଇଁ ମିଳିବ ଜାଇଡସ କାଡିଲା ଟିକା; କ୍ଲିନିକାଲ ପରୀକ୍ଷା ଶେଷ

ନୂଆଦିଲ୍ଲୀ: ଔଷଧୀୟ କମ୍ପାନୀ ଜାଇଡସ କାଡିଲା ପକ୍ଷରୁ ୧୨ରୁ ୧୮ ବର୍ଷ ପୟସର ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଡିଏନଏ ଟିକାର କ୍ଲିନିକାଲ ପରୀକ୍ଷଣ ଶେଷ ହୋଇଛି । ଖୁବଶୀଘ୍ର ଏହା ପିଲାଙ୍କର ଟିକାକରଣ ପାଇଁ ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । କୋଭିଡ ପରିଚାଳନା କ୍ଷେତ୍ରରେ ଅଦାଲତ ତାଙ୍କ ନିଜ ପକ୍ଷରୁ ଦାଏର କରିଥିବା ଏକ ମାମଲାରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଜରିଆରେ ନିଜ ପକ୍ଷ ରଖି କହିଛନ୍ତି, ଜାଇଡସ କାଡିଲାର ଉକ୍ତ ଟିକାର କ୍ଲିନିକାଲ ପରୀକ୍ଷା ଶେଷ ହୋଇଛି ଏବଂ ବୈଧାନିକ ଅନୁମୋଦନକୁ ଅପେକ୍ଷା କରାଯାଇଛି । ତାହା ମିଳିବା ପରେ ଖୁବଶୀଘ୍ର ଦେଶରେ ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଟିକା ଯୋଗାଇ ଦିଆଯିବ ।
ଦେଶରେ ଟିକା ଅଭାବ ପରିସ୍ଥିତି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଏହା ମଧ୍ୟ ଜଣାଇଛନ୍ତି ଯେ ଚଳିତ ବର୍ଷ ଶେଷସୁଦ୍ଧା ମୋଟ ୧୩୫ କୋଟି ପାନ ଟିକା ଉପଲବ୍ଧ ହେବ । ୨୦୨୧ ଅଗଷ୍ଟରୁ ୨୦୨୧ ଡିସେମ୍ବର ମଧ୍ୟରେ ଦେଶରେ କୋଭିଶିଲ୍ଡ ଟିକା ୫୦ କୋଟି, କୋଭାକ୍ସିନ ୪୦ କୋଟି, ବାୟୋ ଇ ସବ୍‍ ୟୁନିଟ ଟିକା ୩୦ କୋଟି ଏବଂ ଜାଇଡସ କାଡିଲା ଡିଏନଏ ଟିକା ୫ କୋଟି ଉପଲବ୍ଧ ହେବ । ତାହାସହିତ ସ୍ପୁଟନିକ ଭି ଟିକା ମଧ୍ୟ ୧୦ କୋଟି ପାନ ମିଳିବ । ଜୁନ୍‍ ୨୫ ସୁଦ୍ଧା ଦେଶରେ ୩୧ କୋଟି ପାନରୁ ଅଧିକ ଟିକାକରଣ କରାଯାଇସାରିଛି । ସେଥିମଧ୍ୟରୁ ୧.୭୩ କୋଟି ପାନରୁ ଅଧିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା କର୍ମଚାରୀଙ୍କୁ ଦିଆଯାଇଛି । ସେହିଭଳି ୨.୬୬ କୋଟି ପାନ ସମ୍ମୁଖଭାଗ କର୍ମଚାରୀ, ୯.୯୩ କୋଟିରୁ ଅଧିକ ପାନ ୪୫ରୁ ୫୯ ବର୍ଷ ବୟସ୍କ ଏବଂ ୮.୯୬ କୋଟି ପାନରୁ ଅଧିକ ଟିକା ୬୦ ବର୍ଷରୁ ଅଧିକ ବୟସର ନାଗରିକଙ୍କୁ ଦିଆଯାଇଛି । ଏହାବ୍ୟତୀତ ୭.୮୪ କୋଟି ପାନ ଟିକା ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯାଇଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories