www.samajalive.in
Thursday, December 11, 2025
16.1 C
Bhubaneswar

ଭାରତର ୧୭ ଯୁବ ପରିବେଶବିତ୍‌ଙ୍କ ମଧ୍ୟରେ ଅସ୍ତରଙ୍ଗର ସୌମ୍ୟରଞ୍ଜନ ବିଶ୍ବାଳ

ଅସ୍ତରଙ୍ଗ: ମିଳିତ ଜାତିସଂଘ ପକ୍ଷରୁ ଆୟୋଜିତ ହେବାକୁ ଥିବା ୨୬ତମ ଜଳବାୟୁ ପରିବର୍ତ୍ତନ ଅଧିବେଶନକୁ ଦୃଷ୍ଟିରେ ରଖି ପର୍ପୋଜ ଇଣ୍ଡିଆ ନାମକ ସଂସ୍ଥା ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଉଇ-ଦି ଚେଞ୍ଜ କ୍ୟାମ୍ପେନ’ ଜରିଆରେ ତୃଣମୂଳସ୍ତରରେ ଜଳବାୟୁ ପରିବର୍ତ୍ତନ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ୧୭ଜଣ ଯୁବ ନେତୃତ୍ୱଙ୍କୁ ମନୋନୀତ କରାଯାଇଛି। ମିଳିତ ଜାତିସଂଘ ସହ ସହବନ୍ଧିତ ଏହି କାର୍ଯ୍ୟକ୍ରମରେ ସର୍ବଭାରତୀୟସ୍ତରରେ ମନୋନୀତ ଦଳରେ ସ୍ଥାନ ପାଇଛନ୍ତି ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ଗୁଣ୍ଡଳବା ଗ୍ରାମର ୨୪ ବର୍ଷୀୟ ଯୁବ ପରିବେଶକର୍ମୀ ସୌମ୍ୟ ରଞ୍ଜନ ବିଶ୍ୱାଳ। କାର୍ଯ୍ୟକ୍ରମ ମାଧ୍ୟମରେ ମିଳିତ ଜାତିସଂଘ ପକ୍ଷରୁ ଭାରତର ବିଭିନ୍ନ ରାଜ୍ୟରୁ ମନୋନୀତ ହୋଇଥିବା ପରିବେଶବିତମାନଙ୍କ ସଂଘର୍ଷର କାହାଣୀ ଓ କାର୍ଯ୍ୟଧାରାକୁ ସୁଦୂରପ୍ରସାରୀ କରାଯିବ।

 

- Advertisement -

୨୦୧୪ ମସିହାରୁ ସୌମ୍ୟ ଜଙ୍ଗଲ, ବେଳାଭୂମି ପରିସଂସ୍ଥା ଓ ବନ୍ୟଜନ୍ତୁ ସୁରକ୍ଷା କ୍ଷେତ୍ରରେ ଅସ୍ତରଙ୍ଗ ଅଞ୍ଚଳର ଲୁଣାଜଙ୍ଗଲ ସୁରକ୍ଷା ଏବଂ ବନ୍ୟଜନ୍ତୁମାନଙ୍କ ସୁରକ୍ଷିତ ଗତିବିଧି ଓ ତାହାର ସୁରକ୍ଷା ଦିଗରେ କାର୍ଯ୍ୟ ଜାରି ରଖିବା ସହିତ ଅସ୍ତରଙ୍ଗ ଦେବୀ ମୁହାଣଠାରୁ ଋଷିକୂଲ୍ୟା ମୁହାଣ ଓ ପୁରୀରୁ ନୟାଗଡ଼ ଶତାଧିକ ଯୁବକ ଓ ଛାତ୍ରମାନଙ୍କୁ ପ୍ରକୃତି ସଂରକ୍ଷଣ ପାଇଁ ପ୍ରେରିତ କରିବାରେ ସମର୍ଥ ହୋଇପାରିଛନ୍ତିି। ଜଙ୍ଗଲ ନିଆଁ ସଚେତନତା, ବିରଳ ଘରଚଟିଆ ଚଢେଇ ସୁରକ୍ଷା, ସିଡବଲ ଦ୍ୱାରା ସବୁଜବଳୟ ସୃଷ୍ଟି,ଗ୍ରୀଷ୍ମ ପ୍ରବାହରେ ପକ୍ଷୀ ସୁରକ୍ଷା,ହେନ୍ତାଳ ଜଙ୍ଗଲର ସୁରକ୍ଷା ଓ ପୁନଃରୁଦ୍ଧାର ଆଦି କାର୍ଯ୍ୟକ୍ରମ ଜାରି ରଖିଥିବାବେଳେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ଓ ସାମୁଦ୍ରିକ ପରିସଂସ୍ଥାନ ସୁରକ୍ଷା ତଥା ସଚେତନତାକୁ ବ୍ୟାପକ କରିବାକୁ ଓଡିଶା ସରକାରଙ୍କ ଓଲି ମାସ୍କଟ ପରିଧାନ କରି ସାଇକଲ ଯୋଗେ ୨୦୧୮ ମସିହାରେ ୮୦୦ କିମି ଏବଂ ୨୦୧୯ ମସିହାରେ ୧୨୦୦ କିମି ସଚେତନତା ଯାତ୍ରା ପାଇଁ ଲିମକା ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତିି। ୨୦୧୯ ମସିହାରେ ମଧ୍ୟ ସେ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଦେଶର ୪୦ଜଣ ଯୁବ ପ୍ରେରଣାଦାୟୀ ପରିବେଶ ଯୋଦ୍ଧାମାନଙ୍କ ମଧ୍ୟରେ ମନୋନୀତ ହୋଇ ହାଇଦ୍ରାବାଦରେ ସମ୍ବର୍ଦ୍ଧିତ ହୋଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories