ପାଟଣା: କରୋନା ମହାମାରୀ ସମୟ ରେ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡ଼ାକ ଯୋଗେ ଅଭିନନ୍ଦନ ପତ୍ର ପ୍ରେରଣ କରିଛନ୍ତି ଲଙ୍ଗଳକଣ୍ଟି ଗ୍ରାମର ମହିଳା। କରୋନା ମହାମାରୀ ସମୟରେ ଗରୀବ ସୀମା ରେଖା ତଳେ ଥିବା ଗରୀବ ପରିବାରର ଆର୍ଥିକ ସମସ୍ୟାକୁ ଉପଲବ୍ଧି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘ ୯ ମାସ ମାଗଣା ରାସନ ଯୋଗାଇ ଦେଇଥିଲେ। ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଠାରୁ ସେବା ସମର୍ପଣ ଦିବସ ପାଳନ ହେଉଥିବାରୁ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାର ଲାଭାର୍ଥୀ ଏ ନେଇ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଲଙ୍ଗଳକଣ୍ଟି ଗ୍ରାମର ପଦ୍ମାବତୀ ନାୟକ, ଗୀତାଞ୍ଜଳି ଗିରି, ସୁମିତା ନାୟକ, ଲାବଣ୍ୟବତୀ ନାୟକ, ରାଧିକା ଗିରି, ବାଲି ଗିରି, ରଙ୍ଗଲତା ନାୟକ, ମଞ୍ଜୁଲତା ନାୟକ, ପାର୍ବତୀ ନାୟକ, ଚିଲ ନାୟକ, ବାସନ୍ତୀ ଦାସ,ସାବିତ୍ରୀ ନାୟକ, ରମେଶ ନାୟକ, ଅଜୟ ଦାସ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଡ଼ାକ ଯୋଗେ ଚିଠି ଲେଖି ଅଭିନନ୍ଦନ ଜଣାଇଛନ୍ତି।



