www.samajalive.in
Friday, December 5, 2025
20.1 C
Bhubaneswar

କୋଟିପତି କିରାଣୀ ଗିରଫ : ଦରମା ୫୦ ହଜାର କିନ୍ତୁ ୧ କୋଟି ୩୨ ଲକ୍ଷରୁ ଉର୍ଦ୍ଧ୍ବ ଆୟ ବହିର୍ଭୂତ ସମ୍ପତ୍ତିର ମାଲିକ

ଭୁବନେଶ୍ଵର : ଗତକାଲି ଭିଜିଲାନ୍ସ ଜାଲରେ ପଡିଥିବା କୋଟିପତି କିରାଣୀଙ୍କୁ ଆଜି ଗିରଫ କରାଯାଇଛି। ଭୁବନେଶ୍ବର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଏହି କିରାଣୀ ଉଦୟନାଥ ଜେନାଙ୍କୁ ଆଜି ଗିରଫ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।  ଗତକାଲି ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ବର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା କିରାଣୀ ଉଦୟନାଥ ଜେନାଙ୍କ ଘର ଓ ଅଫିସରେ ଚଢ଼ଉ କରାଯାଇଥିଲା। ତେବେ ମାତ୍ର ୫୦ ହଜାର ଟଙ୍କା ଦରମା ପାଉଥିବା ଜଣେ ବ୍ୟକ୍ତିଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ବିଭାଗ ଆଖି ଖୋସି ହୋଇ ଯାଇଥିଲା।

ଭୁବନେଶ୍ବର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଏହି କିରାଣୀ ଉଦୟନାଥ ଜେନାଙ୍କ ଘର ଓ ଅଫିସରେ ଚଢ଼ଉ ବେଳେ ଭିଜିଲାନ୍ସ ହାତରେ ଲାଗିଛି ୭ଟି ପ୍ଲଟ, ଭୁବନେଶ୍ବର ଓ ପୁରୀରେ କୋଠାଘର ଏବଂ ନଗଦ ଟଙ୍କା । ଏହାବ୍ୟତୀତ ବୀମା, ସୁନା ଓ ଅନ୍ୟ ସ୍ଥାବର ଅସ୍ଥାବର ସମ୍ପତ୍ତି । ତାଙ୍କ ନାମରେ ପୂର୍ବରୁ ବହୁବାର ଅଭିଯୋଗ ହୋଇଥିଲା । ଏଣୁ ଗତକାଲି ସକାଳୁସକାଳୁ ଭିଜିଲାନ୍ସ ବିଭାଗ ଚଢ଼ଉକରିଥିଲେ । ଏକ ସମୟରେ ତାଙ୍କର ସୁନ୍ଦରପଦା ଘର, କେନ୍ଦ୍ରାପଡ଼ା ପୈତୃକଘର ସହ ସରକାରୀ କାର୍ଯ୍ୟାଳୟ​‌ରେ ଚଢ଼ଉ କରାଯାଇଥିଲା । ଚଢାଉ ବେଳେ ଶ୍ରୀ ଜେନାଙ୍କର ୧ କୋଟି ୩୨ଲକ୍ଷ ୨୭ ହଜାର ୪୫୭ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଆକଳନ କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories