www.samajalive.in
Saturday, December 13, 2025
26.1 C
Bhubaneswar

ଉଦ୍ୟୋଗର ବିକାଶ ପାଇଁ ସିଆଇଆଇ ଆୟୋଜନ କରିବା ପାଇଁ ଯାଉଛି – ଏମଏସଏମଇ ଭେଣ୍ଡର କନେକ୍ଟ ସିରିଜ ୨୦୨୪

 

ଭୁବନେଶ୍ୱର – ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇ ପକ୍ଷରୁ ସିଆଇଆଇ ଏମ୍ ଏସ୍ ଏମ୍ ଇ ଭେଣ୍ଡର କନେକ୍ଟ ସିରିଜ୍ ର ପ୍ରଥମ ସଂସ୍କରଣ ଆସନ୍ତା ୨୦ ତାରିଖ ପୂର୍ବାହ୍ନ ୧୦ଟାରେ ବେଦାନ୍ତ ଝାରସୁଗୁଡାରେ ଥିବା ଟାଉନ୍‌ସିପ୍‌ ମଧ୍ୟରେ ଅନୁଷ୍ଠିତ ହେବ ।

- Advertisement -

ଏହାର ଥିମ୍‌ ରହିଛି ‘ ଏକ୍ସପାଣ୍ଡିଂ ବିଜିନେସ୍‌ ହରାଇଜନ୍‌ ‘ । ଏବେ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ପୂର୍ବ ଭାରତର ଅନ୍ୟତମ ପ୍ରମୁଖ ଶିଳ୍ପ ନିବେଶ ସ୍ଥଳ ରେ ପରିଣତ ହୋଇଛି। ରାଜ୍ୟର ଶିଳ୍ପ ଇକୋସିଷ୍ଟମ୍ ନିର୍ମାଣ ଓ ସୁଦୃଢ଼ କରିବାରେ ସିଆଇଆଇ ନିରନ୍ତର ଭାବେ କାର୍ଯ୍ୟ କରୁଛି। ଓଡ଼ିଶାର ସାମ୍ପ୍ରତିକ ବ୍ୟବସାୟିକ ସୁଯୋଗ ଓ ଚାହିଦାକୁ ଦୃଷ୍ଟିରେ ରଖି ଏହି ଭେଣ୍ଡର କନେକ୍ଟ କାର୍ଯ୍ୟକ୍ରମ ଏହି ଅଞ୍ଚଳରେ ଏମଏସଏମଇର ଅଭିବୃଦ୍ଧି ଓ ବିକାଶ ଦିଗରେ ଏକ ଉଲ୍ଲେଖନୀୟ ପ୍ଲାଟଫର୍ମ ହେବ ।

ଝାରସୁଗୁଡ଼ା ଏକ ଔଦଗିକ ସହର ଉପକୂଳବର୍ତ୍ତୀ ଅଞ୍ଚଳ ସହ ଏହାର ସଂଯୋଗ ଭଲ ରହିଛି । ଏହା ସହ ପଡୋଶୀ ରାଜ୍ୟ ମାନଙ୍କ ସହ ସଡକ ପଥ ଏବଂ ଅନ୍ୟ ଯୋଗାଯୋଗର ମାଧ୍ୟମ ବେଶ୍‌ ଭଲ ।

ଝାରସୁଗୁଡ଼ାରେ ଆୟୋଜିତ ହେବାକୁ ଥିବା ଏହି ଦିନିକିଆ ସମ୍ମିଳନୀ ନେଟୱର୍କିଂ ସୁଯୋଗର ସୁବିଧା ପ୍ରଦାନ କରିବ । ଏ ଏମଏସଏମଇଗୁଡ଼ିକ ବଡ ବଡ ଉଦ୍ୟୋଗ ସହ ଓ୍ୱାନ ଟୁ ଓ୍ୱାନ, ବି ଟୁ ବି ଇଣ୍ଟରଆକ୍ଟିଭ୍ ଅଧିବେଶନରେ ନିଜର ଉତ୍ପାଦ ବିଷୟରେ ଅବଗତ କରିବା ସହ ଔଦଗିକ ବିକାଶ ପାଇଁ ଦିଗ୍‌ଦର୍ଶନ ଲାଭ କରିପାରିବେ । ସିଆଇଆଇ ରାଜ୍ୟର ସମସ୍ତ ମଧ୍ୟମ ଉଦ୍ୟୋଗର ସ୍ୱତ୍ତାଧିକାରୀ ଏବଂ ଅଧିକାରୀମାନଙ୍କୁ ଏହି ଅଧିବେଶନର ଲାଭ ନେବା ପାଇଁ ନିବେଦନ କରୁଛି। ପଞ୍ଜିକରଣ ପାଇଁ ରଜତ ଶୁଭ୍ରା ରାଉତଙ୍କୁ ମେଲ୍‌ ଆଇଡି rajat.rout@cii.in ଏବଂ ଫୋନ୍‌ ନମ୍ବର 7606997420ରେ ଯୋଗାଯୋଗ କରିପାରିବେ ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories