www.samajalive.in
Saturday, December 6, 2025
16.1 C
Bhubaneswar

ଭାରତର ପ୍ରସିଦ୍ଧ ପାଞ୍ଚଟି ଚର୍ଚ୍ଚ

ଖ୍ରୀଷ୍ଟ୍ରିଆନମାନଙ୍କର ବଡପର୍ବ ଭାବେ ଖ୍ରୀଷ୍ଟମାସ ପର୍ବ ଜଣାଶୁଣା। ଏହା ସାରା ଭାରତରେ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଇଥାଏ। ଏହାକୁ କେବଳ ଖ୍ରୀଷ୍ଟ୍ରିଆନ ସଂପ୍ରଦାୟ ନୁହେଁ ବରଂ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ଖୁସିର ସହ ପାଳନ କରିଥାଆନ୍ତି। ଖ୍ରୀଷ୍ଟମାସ ଦିନ ଚର୍ଚ୍ଚମାନଙ୍କରେ ଭିଡ ପରିଲକ୍ଷିତ ହୋଇଥାଏ। ଖ୍ରୀଷ୍ଟମାସ ପାଇଁ ଭାରତର ୫ଟି ପ୍ରସିଦ୍ଧ ଚର୍ଚ୍ଚ ଜଣାଶୁଣା ଅଟେ। ଆସନ୍ତୁ ଜାଣିବା ସେହି ଚର୍ଚ୍ଚ ଗୁଡିକ ସମ୍ବନ୍ଧରେ ..

ବସିଲିକା ଅଫ୍ ୱାମ୍ ଯୀଶସ୍, ଗୋଆ :

- Advertisement -

ଗୋଆରେ ଅବସ୍ଥିତ ଏହି ଚର୍ଚ୍ଚ ଦୁନିଆର ସବୁଠାରୁ ପ୍ରସିଦ୍ଧ ଚର୍ଚ୍ଚ ଅଟେ। ଏହି ଚର୍ଚ୍ଚର ନିର୍ମାଣ ପ୍ରାୟ ୩୦୦ ପୂର୍ବେ କରାଯାଇଥିଲା। ୱାମ୍ ଯୀଶସ୍‌ର ଅର୍ଥ ହେଉଛି, ଏକ ଭଲ ଯୀଶସ୍। ଏହି ଚର୍ଚ୍ଚକୁ ସେଣ୍ଟ ଫ୍ରାନ୍ସିସ୍ ଜେବିୟରଙ୍କ ଘର ବୋଲି କୁହାଯାଏ। କାରଣ ଏହି ଚର୍ଚ୍ଚରେ ବର୍ତ୍ତମାନ ପର୍ଯ୍ୟନ୍ତ ସେଣ୍ଟ ଫ୍ରାନ୍ସିସ୍‌ ଜେବିୟରଙ୍କ ଦେହାବଶେଷ ରହିଛି। ଏହା ଦେଖିବାକୁ ଦୁନିଆର ଅନେକ ଲୋକେ ସେଠାକୁ ଯାଇଥାଆନ୍ତି।

ବଲ୍ଲାରପଦମ ଚର୍ଚ୍ଚ, କେରଳ :

ଏହି ଚର୍ଚ୍ଚ ‘ଦ ଚର୍ଚ୍ଚ ଅଫ୍‌ ଆୱାର ଲେଡି’ ନାମରେ ବିଖ୍ୟାତ। ଏହା ଏକ ପ୍ରସିଦ୍ଧ ତୀର୍ଥ ସ୍ଥଳ ଅଟେ। ଏହି ଚର୍ଚ୍ଚ ମଦର ମେରୀଙ୍କୁ ସମର୍ପିତ। ଚର୍ଚ୍ଚଟିକୁ ୧୫୨୪ମସିହାରେ ପର୍ତ୍ତୁଗୀଜମାନେ ନିର୍ମାଣ କରିଥିଲେ। କିନ୍ତୁ ତା ପରେ ଡଚ୍‌ ମାନେ ଏହି ଚର୍ଚ୍ଚକୁ ନଷ୍ଟ କରି ଦେଇଥିଲେ। ୧୬୭୬ମସିହାରେ ପୁନଶ୍ଚ ଚର୍ଚ୍ଚଟିକୁ ନିର୍ମାଣ କରାଗଲା। କେରଳର ପ୍ରସିଦ୍ଧ ଏହି ଚର୍ଚ୍ଚକୁ ଭାରତ ସରକାର ୧୯୫୧ମସିହାରେ ରାଷ୍ଟ୍ରୀୟ ତୀର୍ଥ ସ୍ଥଳ ଭାବେ ଘୋଷିତ କରିଥିଲେ।

ସେ କାଥେଡ୍ରଲ ଚର୍ଚ୍ଚ, ପୁରୁଣା ଗୋଆ :

ଏହି ଚର୍ଚ୍ଚ ଭାରତର ସବୁଠାରୁ ବଡ ଚର୍ଚ୍ଚ ଅଟେ। ପ୍ରତିବର୍ଷ ଖ୍ରୀଷ୍ଟମାସ ପାଇଁ ଏଠାକୁ ହଜାର ଲୋକଙ୍କ ଆଗମନ ହୋଇଥାଏ। ଏହି ଚର୍ଚ୍ଚର ନିର୍ମାଣ ୧୫୬୨ମସିହାରେ ଆରମ୍ଭ ହୋଇ ୧୬୧୯ମସିହାରେ ଶେଷ ହୋଇଥିଲା। ଏହି ଚର୍ଚ୍ଚର ଚଉଡା ୧୮୧ଫୁଟ ରହିଥିବା ବେଳେ ଉଚ୍ଚତା ୨୫୦ମିଟର ଅଟେ।

ମଲୟାତ୍ତୁର ଚର୍ଚ୍ଚ, କେରଳ :

କେରଳର ଏହି ଚର୍ଚ୍ଚ ଏକ ପାହାଡ ଉପରେ ଅବସ୍ଥିତ। କୁହାଯାଇଛି ଯେ, ଦକ୍ଷିଣ ଭାରତରେ ଖ୍ରୀଷ୍ଟ୍ର ଧର୍ମର ପ୍ରଚାର ସେଣ୍ଟ ଥୋମାସ କରିଥିଲେ। ଏହା ସବୁଠାରୁ ପୁରାତନ ଚର୍ଚ୍ଚ ଅଟେ। ସେଣ୍ଟ ଥୋମାସଙ୍କ ଦ୍ବାରା ଏହି ଚର୍ଚ୍ଚ ନିର୍ମାଣ କରାଯାଇଥିଲା ବୋଲି କୁହାଯାଏ। ପାହାଡ ଉପରେ ଏହି ଚର୍ଚ୍ଚ ଥିବାରୁ ଲୋକମାନେ ଏଠାକୁ ଯିବାକୁ ପସନ୍ଦ କରି ଥାଆନ୍ତି।

ରିସ ମର୍ଗୋସ ଚର୍ଚ୍ଚ, ଗୋଆ :

ଗୋଆରେ ଏହି ଚର୍ଚ୍ଚ ୧୫୫୫ମସିହରେ ନିର୍ମାଣ କରାଯାଇଥିଲା। ଏହା ମାଣ୍ଡୋବି ନଦୀ କୂଳରେ ଅବସ୍ଥିତ। ଏହି ଚର୍ଚ୍ଚ ସେଣ୍ଟ ଜେରୋମଙ୍କୁ ସମର୍ପିତ ଅଟେ। ଐତିହାସିକଙ୍କ ମତରେ ଏହି ଚର୍ଚ୍ଚ ଏକ ପ୍ରାଚୀନ ମନ୍ଦିର ଉପରେ ନିର୍ମାଣ କରାଯାଇଛି। ପ୍ରତିବର୍ଷ ଜାନୁଆରୀ ୬ତାରିଖରେ ଏହି ଚର୍ଚ୍ଚରେ ଉତ୍ସବ ପାଳନ କରାଯାଏ।

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories