www.samajalive.in
Saturday, December 6, 2025
19.1 C
Bhubaneswar

‘କ୍ରିଷ୍ଟିୟାନାଙ୍କୁ ବିରୋଧୀଙ୍କ ବିରୋଧରେ ଅସ୍ତ୍ର କରିଛି ବିଜେପି’ : କଂଗ୍ରେସ

ହାଇଦରାବାଦ : ଆଗୁସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ମାମଲାର ମଧ୍ୟସ୍ଥ କ୍ରିଷ୍ଟିୟାନା ମିସେଲଙ୍କୁ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କ ବିରୋଧରେ ପ୍ରଚାର ଲାଗି ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ବୋଲି କଂଗ୍ରେସ କହିଛି। ବୁଧବାର କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି ଯେ ବିଧାନସଭା ନିର୍ବାଚନରେ ବିଜେପି ପରାଜୟର ଆସନ୍ନ ହୋଇଥିବାବେଳେ ମିଥ୍ୟା ବୟାନ ଚଳାଇଛି। ସେ କହିଛନ୍ତି ଚୋର ଓଲଟା ପୁଲିସକୁ ଗାଳି କରିବା ନ୍ୟାୟରେ ବିଜେପି କଂଗ୍ରେସକୁ ସମାଲୋଚନା କରୁଛି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ହିଁ ପ୍ରଥମେ ଏହି ଦୁର୍ନୀତିର ତଦନ୍ତ ଆରମ୍ଭ କରିଥିଲେ ଏବଂ ଏଫ୍‍ଆଇଆର୍‍ ରୁଜୁ କରି ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଥିଲେ। ଏଥିସହ ଆଗୁସ୍ତା ୱେଷ୍ଟଲ୍ୟାଣ୍ଡ ଏବଂ ଏହାର ମୂଳ କମ୍ପାନୀ ଫିନ୍‍ମେକାନିକାକୁ ୟୁପିଏ ସରକାର କଳାତାଲିକାଭୁକ୍ତ କରିଥିଲେ। କିନ୍ତୁ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ଅଗଷ୍ଟାକୁ ‘ମେକ୍‍ ଇନ୍‍ ଇଣ୍ଡିଆ’ରେ ସାମିଲ କରିଥିଲେ। ଅନ୍ୟପଟେ ଗାନ୍ଧୀ ପରିବାରକୁ ଟାର୍ଗେଟ କରିବା ତଥା ଏହାର ଦେଶଭକ୍ତ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ଲାଗି ବିଜେପି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଉପଯୋଗ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories