ଚୌଦ୍ୱାର: ଟାଙ୍ଗୀ-ଚୌଦ୍ୱାର ବ୍ଲକ ବାଣିପଦା ପଞ୍ଚାୟତ ଦେବୀନଗର ଗ୍ରାମର ମୁରବି ତଥା ଶ୍ରମିକନେତା ଗଗନ ବିହାରୀ ସୁବୁଦ୍ଧିରାୟଙ୍କର ୮୮ବର୍ଷ ବୟସରେ ପରଲୋକ ହୋଇଯାଇଛି। ଆଜକୁ ଦୀର୍ଘଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ହୋଇ ଚିକିତ୍ସାଧିନ ଥିଲେ। ସେ ଜଣେ ପରୋପକାରୀ,ସୁସଂଗଠକ ଓ ଧର୍ମପରାୟଣ ବ୍ୟକ୍ତିଭାବେ ଅଞ୍ଚଳରେ ଖୁବ୍ ପରିଚିତ ଥିଲେ। ଜଣେ ଶ୍ରମିକନେତା ଭାବେ ସ୍ଥାନୀୟ ବଲ୍ଲାରପୁର କାଗଜ କଳର ଶ୍ରମିକ ସମସ୍ୟା ନେଇ ଚାଲିଥିବା ଆନ୍ଦୋଳନର ସେ ନେତୃତ୍ୱ ନେଇଥିଲେ। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୁତ୍ୟୁ ଶଯ୍ୟା ନିକଟରେ ୫ପୁଅ,ଝିଅ,ଜ୍ୱାଇଁ ଓ ନାତିନାତୁଣି ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡପୁଅ ଦିଲ୍ଲୀପ ମୁଖାଗ୍ନି ଦେଇଥିଲେ।
Popular Categories


