www.samajalive.in
Friday, December 12, 2025
27.1 C
Bhubaneswar

ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଖାସ୍‌ଲୋକ ନିଖୋଜ

ପୁରୀ : ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଖାସ୍‌ଲୋକ ଭାବେ ପରିଚିତ ଚିତ୍ତରଞ୍ଜନ ପଲେଇ (୩୦)ଙ୍କର ପତ୍ତା ମିଳୁନାହିଁ। ତାଙ୍କୁ ଅପହରଣ ଏବଂ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ଗଡ଼ମୃଗଶିରା-ଜମାରସୁଆଁ ସେତୁ ନିକଟସ୍ଥ ନଦୀବନ୍ଧରେ ତାଙ୍କ ଚପଲ, ସୁନାଚେନ୍‌ ପଡ଼ିଛି। ରକ୍ତର ଦାଗ ବି ଦେଖିବାକୁ ମିଳିଛି। ସଦର ଥାନା ପୁଲିସ ଘଟଣାସ୍ଥଳରୁ ଗୋଟିଏ ମୋଟର ସାଇକଲ ଜବତ କରିଛି। ଶାସନ ଦାମୋଦରପୁର ଗ୍ରାମର ଜଗନ୍ନାଥ ଷଡ଼ଙ୍ଗୀ ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିଛି। ନିଖୋଜ ଚିତ୍ତରଞ୍ଜନଙ୍କ ଘର ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାନବନ୍ଧକେରା ଗ୍ରାମରେ। ପୂର୍ବତନ ମନ୍ତ୍ରୀ ସଞ୍ଜୟଙ୍କର ସେ ଖାସ୍‌ଲୋକ ଭାବେ ପରିଚିତ।
ସୂଚନା ଅନୁଯାୟୀ ଶନିବାର ସଞ୍ଜୟଙ୍କ ସହ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦର କେତେକ ଅଞ୍ଚଳକୁ ସେ ଯାଇଥିଲେ। ସେଠାରୁ ଫେରି ରାତି ପ୍ରାୟ ୯ଟା ବେଳେ କୌଣସି ଏକ ସ୍ଥାନରେ ସେମାନେ ଭୋଜି କରିଥିଲେ। ଜଗନ୍ନାଥ ଓ ଚିତ୍ତରଞ୍ଜନ ବାଇକ୍‌ ଯୋଗେ ପୁରୀ ଅଭିମୁଖେ ଆସିଥିଲେ। ରାତିରେ ଚିତ୍ତରଞ୍ଜନ ଘରକୁ ନଫେରିବାରୁ ପରିବାର ଲୋକେ ଯୋଗାଯୋଗ ପାଇଁ ଉଦ୍ୟମ କରିଥିଲେ। ତାଙ୍କ ମୋବାଇଲ ଫୋନ୍‌ ବନ୍ଦ ଥିବାରୁ ଯୋଗାଯୋଗ ହୋଇପାରି ନଥିଲା। ରବିବାର ସକାଳେ ମାଳତୀପାଟପୁରଠାରୁ ଅଳ୍ପଦୂରରେ ଥିବା ଗଡ଼ମୃଗଶିରା-ଜମାରସୁଅଁା ନଦୀବନ୍ଧରେ ଗୋଟିଏ ବାଇକ, ମୋବାଇଲ ଫୋନ, ସୁନାଚେନ, ଚପଲ ଏବଂ ରକ୍ତ ପଡ଼ିଥିବା ଦେଖି ସ୍ଥାନୀୟ ଅଧିବାସୀ ସଦର ଥାନା ପୁଲିସକୁ ଖବର ଦେଇଥିଲେ। ସେସବୁ ଚିତ୍ତରଞ୍ଜନଙ୍କର ବୋଲି ଜଣାପଡ଼ିଛି। ତାଙ୍କୁ ସେଠାରେ ନିସ୍ତୁକ ମାଡ଼ ମାରି ହତ୍ୟା କରିବା ପରେ ନୂଆନଈ କିମ୍ବା ଅନ୍ୟ କୌଣସି ସ୍ଥାନରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ଦିନତମାମ ବିଭିନ୍ନ ସ୍ଥାନ ଯାଞ୍ଚ କରିଥିଲେ ମଧ୍ୟ ନିଖୋଜ ଚିତ୍ତରଞ୍ଜନଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ। ତାଙ୍କ ଦାଦା ଗୁଣନିଧି ପଲେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଚିତ୍ତରଞ୍ଜନଙ୍କ ସମ୍ପର୍କରେ ସେ କିଛି ଜାଣିନଥିବା ଥାନାରେ ଅଟକ ଥିବା ଜଗନ୍ନାଥ ପୁଲିସକୁ କହିଛନ୍ତି। ଏହି ଘଟଣା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଆଲୋଡ଼ନ ସୃଷ୍ଟି କରିଛି। ନଦୀବନ୍ଧରୁ ଚିତ୍ତରଞ୍ଜନଙ୍କ ଛିଣ୍ଡା ସୁନାଚେନ ସମେତ ରକ୍ତ ପଡ଼ିଥିବା ଦେଖି ପରିବାର ଲୋକେ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଘଟଣାସ୍ଥଳରୁ ଧସ୍ତାଧସ୍ତି ହେବାର ସୁରାକ୍‌ ମିଳିଛି। ସାଇଣ୍ଟିଫିକ୍‌ ଦଳ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯାଉଛି। ରାତିରେ ଭୋଜି ଏବଂ ମଦ୍ୟପାନ ପରେ କୌଣସି ଘଟଣାକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହୋଇ ଅଘଟଣ ଘଟିଥିବା ପୁଲିସ ସନ୍ଦେହ କରୁଛି। ଏ ସମ୍ପର୍କରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories